ରାଜ୍ୟରେ ୭ କୋଟି ମୁହାଁ କୋଭିଡ ଟିକାକରଣ

ଭୁବନେଶ୍ୱର : ରାଜ୍ୟରେ ଟିକାକରଣ ୭ କୋଟି ମୁହାଁ ହୋଇଛି । ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି । ପ୍ରଥମ ଓ ଦ୍ବିତୀୟ ଡୋଜ ପ୍ରାୟ ସରିଆସିଲାଣି। ବର୍ତ୍ତମାନ ସୁଦ୍ଧା ୨୪ ପ୍ରତିଶତ ପ୍ରତିଷେଧାତ୍ମକ ଡୋଜ ନେଇଛନ୍ତି। ସଂକ୍ରମଣ କମିଥିବାରୁ ବହୁ ଲୋକ ପ୍ରତିଷେଧାତ୍ମକ ଡୋଜ ପ୍ରତି ଆଗ୍ରହ ପ୍ରକାଶ କରୁନାହାନ୍ତି। ରାଜ୍ୟରେ ୬୦ ବର୍ଷରୁ ଅଧିକ ବର୍ଷ ବର୍ଗର ୧୭% ପ୍ରତିଷେଧାତ୍ମକ ଡୋଜ ଟିକା ନେଇଥିବାବେଳେ ସମ୍ମୁଖ ଯୋଦ୍ଧା ୯୪ % ଏବଂ ସ୍ବାସ୍ଥ୍ୟକର୍ମୀ ୬୦ % ରହିଛନ୍ତି। ଏପର୍ଯ୍ୟନ୍ତ ରାଜ୍ୟରେ ଟିକାକରଣ ୬ କୋଟି ୭୯ ଲକ୍ଷ ୮୩ ହଜାର ୨୭୦ ହୋଇଛି।

Comments are closed.