ସିପିଇଟି ପାଇଁ ଜୁନ ୨୭ରୁ ଆବେଦନ

ଭୁବନେଶ୍ୱର- ରାଜ୍ୟର ବିଭିନ୍ନ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପାଠ୍ୟକ୍ରମରେରେ ନାମ ଲେଖା ପାଇଁ ଏକକ ପିଜି ପ୍ରବେଶିକା ପରୀକ୍ଷା -ସିପିଇଟି ଅଗଷ୍ଟ ୧ରୁ ଆରମ୍ଭ ହୋଇ ୧୩ ତାରିଖରେ ସରିବ। ପ୍ରବେଶିକା ପାଇଁ ଜୁନ୍‍ ୨୭ରୁ ଛାତ୍ରଛାତ୍ରୀ ଆବେଦନ କରିବାକୁ ଥିବାବେଳେ ଜୁଲାଇ ୧୨ରେ ଆବେଦନ ସରିବ। ସେପ୍ଟେମ୍ବର ୬ରୁ ପିଲାଙ୍କ ପ୍ରଥମ ପର୍ଯ୍ୟାୟ ନାମଲେଖା ଆରମ୍ଭ ହେବାକୁଥିବାବେଳେ ନାମଲେଖା ପ୍ରକ୍ରିୟା ସେପ୍ଟେମ୍ବର ୩୦ ସୁଦ୍ଧା ଶେଷ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ଲକ୍ଷ୍ୟ ରଖିଛି। ଚଳିତ ବର୍ଷ ନାମଲେଖା ପ୍ରକ୍ରିୟାରେ ମଧ୍ୟ ଅନେକ ପରିବର୍ତନ କରାଯାଇଛି।ଅଗଷ୍ଟ ୨୫ ତାରିଖରେ ମେଧା ତାଲିକା ପ୍ରକାଶ ପାଇବ। ୨୫ରୁ ୩୦ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ନାମଲେଖା ପାଇଁ ଶିକ୍ଷାନୁଷ୍ଠାନ ଚୟନ (ଚଏସ ଫିଲିଂ) କରିବେ। ସେପ୍ଟେମ୍ବର ୫ ତାରିଖ ଅପରାହ୍ଣ ୫ଟାରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ୬ରୁ ୭ ତାରିଖ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ପିଲାଙ୍କ ନାମଲେଖା ଅନୁଷ୍ଠିତ ହେବ। ତେବେ ପ୍ରଥମ ପର୍ଯ୍ୟାୟ ନାମଲେଖା ସମ୍ପର୍କିତ ତଥ୍ୟ ୮ ତାରିଖ ସଂଧ୍ୟା ୭ଟାରେ ସାମ୍ସ ଇ-ସ୍ପେସ୍‍ରେ ଅପଲୋଡ ହେବାକୁ ଥିବାବେଳେ ୧୩ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ ।

Comments are closed.