ପକ୍ଷୀ ସହ ଧକ୍କା ପରେ ଯୋଗୀ ଆଦିତ୍ୟନାଥଙ୍କ ହେଲିକପ୍ଟର କଲା ଜରୁରୀ ଅବତରଣ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ହେଲିକପ୍ଟର ହଠାତ୍ ବାରାଣସୀରେ ଜରୁରୀ ଅବତରଣ କରିଛି । ବାରାଣସୀ ଗସ୍ତରେ ଆସିଥିବା ଯୋଗୀ ରବିବାର ସକାଳ ୯.୦୫ ରେ ସର୍କିଟ ହାଉସରୁ ପୋଲିସ ଲାଇନରେ ପହଞ୍ଚି ହେଲିକପ୍ଟର ଯୋଗେ ଲକ୍ଷ୍ନୌକୁ ଯାଉଥିଲେ । କିନ୍ତୁ ପକ୍ଷୀକୁ ଧକ୍କା ଦେବା ପରେ ହେଲିକପ୍ଟରଟି ଫେରିଆସି ପୋଲିସ ଲାଇନରେ ହିଁ ଅବତରଣ କରିଥିଲା।

ଜିଲ୍ଲା ମାଜିଷ୍ଟ୍ରେଟ୍ କୌଶଲ ରାଜ ଶର୍ମା କହିଛନ୍ତି ଯେ ହେଲିକପ୍ଟରରେ ଏକ ପକ୍ଷୀ ମାଡ ହୋଇଥିଲା । ତେଣୁ ସତର୍କତା ପୂର୍ବକ ହେଲିକପ୍ଟରଟି ଫେରିଆସିଥିଲା । ଏବେ ମୁଖ୍ୟମନ୍ତ୍ରୀଙ୍କୁ ନେବା ପାଇଁ ସରକାରୀ ବିମାନ ଆସୁଛି | ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବାବତପୁର ବିମାନବନ୍ଦରରୁ ଲକ୍ଷ୍ନୌ ଅଭିମୁଖେ ଯାତ୍ରା କରିବେ।

Comments are closed.