ମୋହନା ଅଞ୍ଚଳରେ କାର୍- ବାଇକ୍ ଧକ୍କା: ୨ ମୃତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ପଲ୍ଲୀଗଜପତି ଗାଁ ଛକରେ ଅପରାହ୍ନ ପ୍ରାୟ ୨ଟାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏଥିରେ ୨ ବାଇକ୍ ଚାଳକ ଓ ଆରୋହୀଙ୍କ ମୃତ୍ୟୁ ଘଟିଛି। ଜଣେ ଗୁରୁତର ହୋଇଛନ୍ତି। ମୃତକଦ୍ବୟ ହେଲେ ମାଣ୍ଡିମେରା ପଞ୍ଚାୟତ ବିକ୍ରମପୁର ଗାଁର ଜାକବ ବର୍ଦ୍ଧନ ଓ ସୁଜିତ ବର୍ଦ୍ଧନ।‌ କାର୍ ସହ ବାଇକ୍ ମୁହାଁମୁହିଁ ଧକ୍କା ଘଟିବାରୁ କାର୍ ଚାଳକ ମଧ୍ୟ ଆହତ ହୋଇଛନ୍ତି। ଗୋଟିଏ ବାଇକ୍ (ଓଡି୦୭ଜେ-୯୭୧୧)ରେ ଜାକବ ଓ ସୁଜିତ ମୋହନା ଆସୁଥିଲେ। ଏହି ସମୟରେ ସାମନାପଟୁ ଆସୁଥିବା ଏକ କାର୍ (ଓଡି୦୨ଏବି-୬୧୪୪) ସହ ଧକ୍କା ହୋଇଥିଲା। ମୋହନା ଥାନା ପୋଲିସ ଘଟଣାସ୍ଥଳରୁ ମୃତାହତଙ୍କୁ ମୋହନା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ଜାକବ ଓ ସୁଜିତଙ୍କୁ ମୃତ ଘୋଷଣା କରିଥିଲେ।

Comments are closed.