ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

କଟକ – ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କଟକ ଡମପଡା ବ୍ଲକ ସହକାରୀ ଯନ୍ତ୍ରୀ ପ୍ରଭାତ କୁମାର ରାଉତଙ୍କ ବିଭିନ୍ନ ଠିକଣାରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ବାରଙ୍ଗ ଥାନା ଅନ୍ତର୍ଗତ କହ୍ନେଇପଡାରେ ଥିବା ରାଉତଙ୍କ ତିନି ମହଲା କୋଠା, କେନ୍ଦ୍ରାପଡ଼ା ରାଜକନିକା ତନେଇପଡା ସ୍ଥିତ ପୈତୃକ ଘର ସମେତ ଡମପଡା ବ୍ଲକ ଅଫିସରେ ଥିବା ପ୍ରକୋଷ୍ଠ ଓ ରାଉତଙ୍କ ସାନ ଭାଇ ଅରୁଣଙ୍କ ବାସଭବନରେ ଏକକାଳୀନ ଚଢ଼ଉ ଚାଲିଛି। ଚଢ଼ ଉପରେ ୪ ଡିଏସପି ଓ ୧୦ ଇନ୍ସପେକ୍ଟର ସାମିଲ ହୋଇଛନ୍ତି।

Comments are closed.