କରୋନା ଅପଡେଟ୍: ଗତ ୨୪ ଘଣ୍ଟାରେ ୧୩,୦୮୬ ନୂଆ ମାମଲା ଚିହ୍ନଟ

ନୂଆଦିଲ୍ଲୀ: ମଙ୍ଗଳବାର ସକାଳେ ଶେଷ ହୋଇଥିବା ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୩,୦୮୬ ନୂଆ ମାମଲା ରିପୋର୍ଟ ହୋଇଛି । କରୋନା ଯୋଗୁଁ ଆଉ ୧୯ ରୋଗୀଙ୍କ ମୃତ୍ୟୁ ହୋଇଛି । ଦେଶରେ କୋଭିଡର ଦୈନିକ ମାମଲାରେ ୧୮.୯ ପ୍ରତିଶତ ହ୍ରାସ ଘଟିଛି। ଗତକାଲି ଦେଶରେ ୧୬,୧୩୫ ମାମଲା ରିପୋର୍ଟ ହୋଇଥିଲା ଏବଂ ୨୪ ଜଣଙ୍କର ମୃତ୍ୟୁ ହୋଇଥିଲା।

ଗତ ୨୪ ଘଣ୍ଟାରେ ଆଉ ୧୨,୪୫୬ ରୋଗୀ ସୁସ୍ଥ ହୋଇଛନ୍ତି । ଦେଶରେ ଏଯାବତ୍ ମୋଟ ୪,୨୮,୯୧,୯୩୩ ରୋଗୀ ସୁସ୍ଥ ହୋଇଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ଭାରତରେ ବର୍ତ୍ତମାନ ୧,୧୪,୪୭୫ ସକ୍ରିୟ ମାମଲା ରହିଛି, ଯାହା ମୋଟ ମାମଲାର ୦.୨୬ ପ୍ରତିଶତ । ବର୍ତ୍ତମାନର ଆରୋଗ୍ୟ ହାର ହେଉଛି ୯୮.୫୩ ପ୍ରତିଶତ । ଦେଶରେ ଦୈନିକ ପଜିଟିଭିଟି ହାର ୨.୯୦ ପ୍ରତିଶତ ଏବଂ ସାପ୍ତାହିକ ପଜିଟିଭିଟି ହାର ୩.୮୧ ପ୍ରତିଶତ ରହିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪,୫୧,୩୧୨ କୋଭିଡ ପରୀକ୍ଷା କରାଯାଇଥିଲା। ଏହା ସହିତ ଏପର୍ଯ୍ୟନ୍ତ ମୋଟ ପରୀକ୍ଷା ସଂଖ୍ୟା ୮୬.୪୪ କୋଟିକୁ ବୃଦ୍ଧି କରାଯାଇଛି ।

ସାରା ଦେଶରେ ଏଯାବତ୍ ୧୯୮.୦୯ କୋଟି ଟିକା ଡୋଜ୍ ଦିଆଯାଇଛି ।

Comments are closed.