ଟ୍ରକ ଧକ୍କାରେ ଦୁଇ ମହିଳା ମୃତ

ବରଗଡ଼ : ବରଗଡ଼ ଜିଲ୍ଲା ଗୋଡ଼ଭଗା ନିକଟରେ ଏକ ଟ୍ରକ ଧକ୍କାରେ ଦୁଇ ଜଣ ମହଳାଙ୍କ ମୃତ ଘଟିଛି। ମୃତକମାନେ ହେଲେ ବରଗଡ଼ ଜିଲ୍ଲା ଖଗସିପାଲିର ସୁରେନ୍ଦ୍ର ଗରିଆ ତାଙ୍କ ସ୍ତ୍ରୀ ଲତିକା ଗରିଆ (୩୮), ଖୁଡି ମିଥିଲା ଥାପା (୪୮) । ଉଭୟେ ବୁର୍ଲା ଭିମାସରରେ ଭର୍ତ୍ତି ହୋଇଥିବା ଜଣେ ସମ୍ପର୍କୀୟଙ୍କୁ ଦେଖିବାକୁ ଯାଉଥିଲେ। ଗୋଡ଼ଭଗା ନିକଟରେ ରାସ୍ତା ପାରିହେବା ପାଇଁ ଡିଭାଇଡରଠାରେ ଅଟକି ଥିବା ବେଳେ ବରଗଡ଼ ପଟକୁ ଆସୁଥିବା ଏକ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। ଗୋଡ଼ଭଗା ଫାଣ୍ଡି ପୁଲିସ ଶବ ଜବତ କରି ଅଧିକ ତଦନ୍ତ ଆରମ୍ଭ କରୁଛି ।

Comments are closed.