କରୋନା ଅପଡେଟ୍: ଗତ ୨୪ ଘଣ୍ଟାରେ ୧୬,୧୫୯ ନୂଆ ମାମଲା, ୨୮ ମୃତ

ନୂଆଦିଲ୍ଲୀ: ଭାରତରେ ଗତ ୨୪ ଘଣ୍ଟାରେ କୋଭିଡ-୧୯ର ଆଉ ୧୬,୧୫୯ ନୂଆ ମାମଲା ଆସିଛି । ଏହାକୁ ମିଶାଇ ମୋଟ ମାମଲା ୪,୩୫,୪୭,୮୦୯ କୁ ବୃଦ୍ଧି ପାଇଛି । ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ମଧ୍ୟ ୧,୧୫,୨୧୨ କୁ ବୃଦ୍ଧି ପାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବୁଧବାର ସକାଳ ୮ ଟା ପର୍ଯ୍ୟନ୍ତ ଅପଡେଟ୍ ହୋଇଥିବା ତଥ୍ୟ ଅନୁଯାୟୀ, ଦିନକରେ ଆଉ ୨୮ ଜଣ ରୋଗୀଙ୍କ ମୃତ୍ୟୁ ସହ ମୋଟ କୋଭିଡ୍ ମୃତ୍ୟୁ ୫,୨୫,୨୭୦ କୁ ବୃଦ୍ଧି ପାଇଛି । ସକ୍ରିୟ ରୋଗୀଙ୍କ ସଂଖ୍ୟା ସମୁଦାୟ ସଂକ୍ରମଣର ୦.୨୬ ପ୍ରତିଶତ ହୋଇଥିବାବେଳେ କୋଭିଡ-୧୯ ରୁ ଜାତୀୟ ସୁସ୍ଥତା ହାର ୯୮.୫୩ ପ୍ରତିଶତ ରେକର୍ଡ କରାଯାଇଛି।

ତଥ୍ୟ ଅନୁଯାୟୀ, କୋଭିଡ-୧୯ ପାଇଁ ଚିକିତ୍ସାଧୀନ ଥିବା ରୋଗୀଙ୍କ ସଂଖ୍ୟାରେ ଗତ ୨୪ ଘଣ୍ଟା ମଧ୍ୟରେ ୭୩୭ ବୃଦ୍ଧି ରିପୋର୍ଟ ହୋଇଛି। ଦୈନିକ ସଂକ୍ରମଣ ହାର ୩.୫୬ ପ୍ରତିଶତ ରେକର୍ଡ ହୋଇଥିବାବେଳେ ସାପ୍ତାହିକ ସଂକ୍ରମଣ ହାର ୩.୮୪ ପ୍ରତିଶତ ରହିଛି । ଏହି ରୋଗରୁ ଏଯାବତ୍ ୪,୨୯,୦୭,୩୨୭ ଲୋକ ସୁସ୍ଥ ହୋଇଛନ୍ତି । ଦେଶରେ କୋଭିଡ୍ ମୃତ୍ୟୁ ହାର ୧.୨୧ ପ୍ରତିଶତ ରହିଛି। ଦେଶବ୍ୟାପୀ କୋଭିଡ-୧୯ ଟୀକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ୧୯୮.୨୦ କୋଟି ଡୋଜ୍ ଟିକା ଦିଆଯାଇଛି।

Comments are closed.