କରୋନା ଅପଡେଟ୍: ଦେଶରେ ଆଉ ୧୮,୯୩୦ ନୂଆ ଆକ୍ରାନ୍ତ ଚିହ୍ନଟ, ସକ୍ରିୟ ମାମଲା ୧,୧୯,୪୫୭କୁ ବୃଦ୍ଧି

ନୂଆଦିଲ୍ଲୀ: ଦିନକରେ ଦେଶରେ ଆଉ ୧୮,୯୩୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ କୋଭିଡ୍ ମାମଲା ୪,୩୫,୬୬,୭୩୯କୁ ବୃଦ୍ଧି ପାଇଛି । ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧,୧୯,୪୫୭ ରେ ପହଞ୍ଚିଛି। ବୁଧବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଅପଡେଟ୍ ହୋଇଥିବା ତଥ୍ୟରେ ଏହି ସୂଚନା ଦିଆଯାଇଛି।

ସକାଳ ଆଠଟା ସୁଦ୍ଧା ଅପଡେଟ୍ ହୋଇଥିବା ତଥ୍ୟ ଅନୁଯାୟୀ, କରୋନା ଯୋଗୁଁ ଆଉ ୩୫ ରୋଗୀଙ୍କ ମୃତ୍ୟୁ ପରେ ସମୁଦାୟ ମୃତକଙ୍କ ସଂଖ୍ୟା ୫,୨୫,୩୦୫ କୁ ବୃଦ୍ଧି ପାଇଛି ।

ମନ୍ତ୍ରଣାଳୟ କହିଛି ଯେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ମୋଟ ମାମଲାର ୦.୨୬ ପ୍ରତିଶତ ଥିବାବେଳେ କୋଭିଡ-୧୯ ରୁ ଜାତୀୟ ଆରୋଗ୍ୟ ହାର ୯୮.୫୩ ପ୍ରତିଶତ । ୨୪ ଘଣ୍ଟା ମଧ୍ୟରେ ଆଉ ୪,୨୪୫ ସକ୍ରିୟ ରୋଗୀ ଯୋଡ଼ି ହୋଇଛନ୍ତି ।

ମନ୍ତ୍ରଣାଳୟ କହିଛି ଯେ ଏପର୍ଯ୍ୟନ୍ତ ମୋଟ ୮୬.୫୩ କୋଟି କୋଭିଡ-୧୯ ପରୀକ୍ଷା କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୪,୩୮,୦୦୫ ପରୀକ୍ଷା କରାଯାଇଥିଲା ‌

ଦୈନିକ ସଂକ୍ରମଣ ହାର ୪.୩୨ ପ୍ରତିଶତ ଥିବାବେଳେ ସାପ୍ତାହିକ ସଂକ୍ରମଣ ହାର ୩.୮୬ ପ୍ରତିଶତ ରେକର୍ଡ କରାଯାଇଛି ।

Comments are closed.