ଶିବସେନାର ୧୬ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରାଯିବ କି ନାହିଁ ଆଜି ସୁପ୍ରିମକୋର୍ଟ ଶୁଣାଇବେ ରାୟ

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଅସ୍ଥିରତା ଆଜି ଶେଷ ହୋଇପାରେ। ବାସ୍ତବରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ତାଙ୍କ ଦଳ ବିରୋଧରେ ଦାଖଲ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଆଜି ରାୟ ପ୍ରକାଶ କରିବେ। ଉଦ୍ଧବ ଠାକରେଙ୍କ ତରଫରୁ ଏହି ଆବେଦନ କରାଯାଇଥିଲା । ଏହି ଆବେଦନରେ ୧୬ ବିଦ୍ରୋହୀ ବିଧାୟକଙ୍କ ଅଯୋଗ୍ୟ ଘୋଷଣା କରିବାକୁ ଦାବି କରାଯାଇଛି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ବିଦ୍ରୋହୀ ଦଳର ନେତା ଏକନାଥ ସିନ୍ଦେ ମଧ୍ୟ ଏହି ବିଧାୟକଙ୍କ ମଧ୍ୟରେ ଅଛନ୍ତି ।

ଯଦି ସିନ୍ଦେ ଗୋଷ୍ଠୀ ବିରୋଧରେ ସୁପ୍ରିମକୋର୍ଟ ରାୟ ଦିଅନ୍ତି, ତେବେ ପୁଣି ଥରେ ରାଜ୍ୟରେ ରାଜନୈତିକ ସଙ୍କଟ ସୃଷ୍ଟି ହୋଇପାରେ । ସିନ୍ଦେ ମୁଖ୍ୟମନ୍ତ୍ରୀ ଏବଂ ଦେବେନ୍ଦ୍ର ଫଡନଭିସ୍ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତିି କିନ୍ତୁ ଏପର୍ଯ୍ୟନ୍ତ କ୍ୟାବିନେଟ୍ ସମ୍ପ୍ରସାରଣ ହୋଇନାହିଁ। ସୁପ୍ରିମକୋର୍ଟ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଥିବାରୁ କ୍ୟାବିନେଟର ସମ୍ପ୍ରସାରଣ ବିଳମ୍ବ ହେଉଛି ବୋଲି ମନେ କରାଯାଉଛି।

Comments are closed.