ଭାରତର ଅର୍ଜୁନ ବବୁଟା ଶୁଟିଂ ବିଶ୍ୱକପରେ ଜିତିଲେ ସ୍ବର୍ଣ୍ଣ ପଦକ

ନୂଆଦିଲ୍ଲୀ: ଦକ୍ଷିଣ କୋରିଆର ଚାଙ୍ଗୱନ୍‌ରେ ଚାଲିଥିବା ଶୁଟିଂ ବିଶ୍ୱକପ୍‌ରେ ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ଭାରତୀୟ ସୁଟର ଅର୍ଜୁନ ବବୁଟା ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

୨୩ ବର୍ଷୀୟ ଅର୍ଜୁନ ଚଣ୍ଡିଗଡ଼ର ବାସିନ୍ଦା | ସେ ସ୍ୱର୍ଣ୍ଣ ପଦକ ମ୍ୟାଚରେ ଆମେରିକାର ଲୁକାସ କାଚେନ୍ସକିଙ୍କୁ ଏକ ବଡ଼ ବ୍ୟବଧାନରେ ପରାସ୍ତ କରିଥିଲେ।

ଅର୍ଜୁନ ବବୁଟା ୧୭ ସ୍କୋର କରିଥିବାବେଳେ ଲୁକାସ କେବଳ ନଅ ସ୍କୋର କରିବାକୁ ସମର୍ଥ ହୋଇଥିଲେ ।

ଅର୍ଜୁନ ବବୁଟାଙ୍କ ସହ ପାର୍ଥ ମାଖିଆ ମଧ୍ୟ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। କିନ୍ତୁ ସୋମବାର ଅନୁଷ୍ଠିତ ର଼୍ୟାଙ୍କିଙ୍ଗ ମ୍ୟାଚରେ ଅର୍ଜୁନ ବବୁଟା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ପାର୍ଥ ମାଖିଆ ଚତୁର୍ଥ ସ୍ଥାନରେ ରହିଥିଲେ।

Comments are closed.