ସୋନପୁର କାର ଧକ୍କା ଘଟଣା : ବଲାଙ୍ଗୀରରୁ ଧରାପଡିଲେ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ

ବଲାଙ୍ଗୀର – ସୋନପୁରରେ କାର ଧକ୍କାରେ ୩ ଜଣଙ୍କ ମୃତ୍ୟୁ ଓ ୫ ଗୁରୁତର ଆହତ ଘଟଣାରେ ଧରାପଡ଼ିଛନ୍ତି ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନା । ବଲାଙ୍ଗିରରୁ ସ୍ନିଗ୍ଧାରାଣୀ ଓ କାର ଡ୍ରାଇଭର ଅଜୟ ଦେବୀଙ୍କୁ ଗିରଫ କରାଯାଇଛି ।ଉଭୟଙ୍କୁ ବଲାଙ୍ଗିରରୁ ଧରି ସୋନପୁର ନେଉଛି ପୋଲିସ। ଆଜି ସକାଳେ ଦୁର୍ଘଟଣା ଘଟିବା ବେଳେ କାରରେ ଥିଲେ ସ୍ନିଗ୍ଧାରାଣୀ ସୁନା । ଗିରଫ ଭୟରେ ସେ ପଳାୟନ କରିଥିଲେ। କାରରୁ ପୋଲିସ ପୋଷାକ ମିଳିଥିଲା।

Comments are closed.