ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ, ମୃତଦେହ ରଖି ରାସ୍ତା ରୋକ କଲେ ଉତ୍ତ୍ୟକ୍ତ ଲୋକେ

ବରଗଡ : ବାଇକ୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକ ଉତ୍ୟକ୍ତ ହୋଇ ମୃର ଶରୀର ରଖି ବରଗଡ ଭଟଲି ଛକରେ ରାସ୍ତାରୋକ କରିଥିଲେ ।
ସୂଚନା ମତେ ବରଗଡ଼ ଟାଉନ ଥାନା ଅନ୍ତର୍ଗତ ଖଲିଆପାଲି କେନାଲ ପଡାର ଚତୁର୍ଭୁଜ ଲୁହା ନିଜ କାମ ସାରି ଘରକୁ ସାଇକେଲରେ ଫେରୁଥିବା ବେଳେ ଡାଙ୍ଗ ପେଟ୍ରୋଲ ପମ୍ପଠାରେ ଦୁଇ ଜଣ ସ୍ପୀଡ଼ ବାଇକରଙ୍କ ପ୍ରତିଯୋଗିତା ଚାଲିଥିବା ବେଳେ ଧକ୍କା ଦେଇ ଫେରାର ହୋଇଯାଇଥିଲା । ଫଳରେ ଚତୁର୍ଭୁଜଙ୍କୁ ଗୁରୁତର ଆହତ ହୋଇଥିଲେ । ତାଙ୍କ ଉଦ୍ଧାର କରି ପ୍ରଥମେ ବରଗଡ଼ ଓ ପରେ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି । ତେବେ ଉତ୍ତ୍ୟକ୍ତ ଗ୍ରାମବାସୀ ବରଗଡ଼ ଭଟଲି ଛକରେ ମୃତଦେହ ରଖି ରାସ୍ତାରୋକ କରିଛନ୍ତି । ଫଳରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି ।

Comments are closed.