ଅଗଷ୍ଟ ଦ୍ୱିତୀୟ ସପ୍ତାହରେ କୋରୋନା ସ୍ଥିତିରେ ହେବ ସୁଧାର : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର – ରାଜ୍ୟରେ କୋରୋନା ସଂକ୍ରମଣ ଏବେ ଧୀର ଗତିରେ ବଢୁଛି । ପ୍ରଥମ ଓ ଦ୍ୱିତୀୟ ଲହର ପରି ସଂକ୍ରମଣ ଦ୍ରୁତଗତିରେ ଆଗକୁ ବଢ଼ିବନି । ସମାନ୍ତରାଳ ସ୍ଥିତିକୁ ଆସିବା ପରେ ହିଁ ସଂକ୍ରମଣ ହାର ଖସିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ସେ କହିଛନ୍ତି ଯେ, ଅଗଷ୍ଟ ଦ୍ୱିତୀୟ ସପ୍ତାହ ସୁଦ୍ଧା ଓଡ଼ିଶା ଭଲ ସ୍ଥିତିକୁ ଆସିବ ।

ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ରଥଯାତ୍ରା ସରିଛି, ଏବେ ରାଜ୍ୟରେ ସଂକ୍ରମଣ ବୃଦ୍ଧି ଆଶଙ୍କା ରହିଛି । ବିଭିନ୍ନ ଅଞ୍ଚଳରୁ ଆସିଥିବା ଲୋକ ନିଜ ନିଜ ଘରକୁ ଫେରିଛନ୍ତି । ତେଣୁ ବିଭିନ୍ନ ଜିଲ୍ଲାର କୋରୋନା ସ୍ଥିତି ଉପରେ ନଜର ରଖାଯାଇଛି। କମ୍ୟୁନିଟି ପଜିଟିଭିଟି ପାଇଁ ବିଭିନ୍ନ ଜିଲ୍ଲାର ସ୍ଥିତିକୁ ତର୍ଜମା କରାଯାଉଥିବା ସେ କହିଛନ୍ତି ।

Comments are closed.