ଆଜିଠୁ ୫ ଜିଲ୍ଲାରେ ପ୍ରବଳ ବର୍ଷିବ, ଜାରି ହେଲା ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର – ଆଜିଠୁ ୫ ଜିଲ୍ଲା- ବରଗଡ଼, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, ସୋନପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି । ଆଜିଠୁ ୩- ୪ ଦିନ ଯାଏ ପ୍ରବଳ ବର୍ଷା ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ରାଜ୍ୟର ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ବିଭାଗ । ଅନୁଗୁଳ, କଟକ, ଢେଙ୍କାନାଳ, ଜଗତସିଂହପୁର ଏବଂ ଯାଜପୁର ଜିଲ୍ଲାରେ ଅଧିକ ବର୍ଷା ହୋଇପାରେ ।

ଓଡ଼ିଶା ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ବେଳେ ସକ୍ରିୟ ମୌସୁମୀ ଯୋଗୁ ବର୍ଷା ଲାଗିରହିବ । ବର୍ଷା ଯୋଗୁ କିଛି ସ୍ଥାନରେ ପାଣି ଜମିବା ସମ୍ଭାବନା ଥିବାରୁ ଜିଲ୍ଲାପାଳମାନଙ୍କ ସତର୍କ ରହିବାକୁ ପରାମର୍ଶ ଦେଇଛି ଏସଆରସି । ଗତ ୨୪ ଘଣ୍ଟାରେ ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ନବରଙ୍ଗପୁର ଝରିଗାଁରେ ସର୍ବାଧିକ ୧୧୮ ମିଲିମିଟର ବର୍ଷା ହୋଇଛି ।

Comments are closed.