ରାୟଗଡ଼ା ଝାଡ଼ାବାନ୍ତି ନେଇ ୭୨ ଘଣ୍ଟାରେ ରିପୋର୍ଟ ଦେବାକୁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ରାୟଗଡ଼ା – କାଶୀପୁରରେ ଝାଡ଼ାବାନ୍ତି ବ୍ୟାପିବା ପ୍ରସଙ୍ଗରେ ୭୨ ଘଣ୍ଟା ମଧ୍ୟରେ ବିସ୍ତୃତ ରିପୋର୍ଟ ଦେବାକୁ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ରୋଗୀଙ୍କ ଚିକିତ୍ସା ପାଇଁ କାଶୀପୁରକୁ ଅଭିଜ୍ଞ ଡାକ୍ତର ଟିମକୁ ପଠାଇବା ପାଇଁ ରାୟଗଡ଼ା ସିଡିଏମଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଝାଡ଼ାବାନ୍ତି କିଭଳି ରୋକାଯିବ ସେ ନେଇ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଳକର ବିଭିନ୍ନ ଗ୍ରାମ ପଞ୍ଚାୟତରେ ଝାଡ଼ାବାନ୍ତି ବ୍ୟାପିଛି । ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଛି । ୬୦ରୁ ଅଧିକ ଅସୁସ୍ଥ ଚିକିତ୍ସିତ ହେଉଛନ୍ତି ।

Comments are closed.