ଶ୍ରାବଣ ପ୍ରଥମ ସୋମବାରରେ ଶିବ ମନ୍ଦିରରେ ମାନସିକଧାରୀଙ୍କ ଭିଡ଼

ଭୁବନେଶ୍ୱର – ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ଜଳଲାଗି ପାଇଁ ରାଜ୍ୟର ବିଭିନ୍ନ ଶୈବପୀଠରେ ମାନସିକଧାରୀ କାଉଡ଼ିଆଙ୍କ ଭିଡ଼ ଦେଖିବାକୁ ମିଳିଛି। ଶ୍ରାବଣ ପ୍ରଥମ ସୋମବାର ପାଇଁ ଭୁବନେଶ୍ୱରର ଶ୍ରୀଲିଙ୍ଗରାଜ ଓ ଅନ୍ୟାନ୍ୟ ଶିବ ମନ୍ଦିରରେ ଭିଡ ପରିଲକ୍ଷିତ ହୋଇଛି । ଶ୍ରାବଣ ନୀତି ନିର୍ଘଣ୍ଟ ଅନୁଯାୟୀ ଭୋର ୩ଟାରୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ଖୋଲାଯାଇଛି । ଭୋର ସାଢ଼େ ୩ଟାରେ ମଙ୍ଗଳ ଆଳତି ଓ ଅବକାଶ ନୀତି କରାଯିବା ପରେ ୪ଟାରେ ସାହାଣମେଲା ଦର୍ଶନ ହୋଇଥିଲା । ପରେ ଧାଡ଼ିକରି କାଉଡ଼ିଆମାନେ ମନ୍ଦିରକୁ ପ୍ରବେଶ କରିଛନ୍ତି।
ଆଡ଼ କାଠ ନିକଟରୁ ଗର୍ଭଗୃହ ପର୍ଯ୍ୟନ୍ତ ଏକ ତମ୍ୱା ପାତ୍ରର ନଳ ରଖାଯାଇଛି। କାଉଡ଼ିଆମାନେ ଧାଡ଼ି ବାନ୍ଧି ଆସି ଆଡ଼କାଠ ନିକଟରେ ଠିଆ ହୋଇ ସେହି ତମ୍ୱା ପାତ୍ରରେ ତୀର୍ଥ ଜଳ ଢାଳିବେ। ଏହି ପାତ୍ରରୁ ତୀର୍ଥ ଜଳ ଯାଇ ସିଧା ଠାକୁରଙ୍କ ଶକ୍ତି ଉପରେ ପଡ଼ିବ।

Comments are closed.