ହୀରାକୁଦରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ପାଇଁ ବାଜିଲା ସାଇନ୍

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ଯାଜଳ ଆଜି ୧୧ଟା ସୁଦ୍ଧା ନିଷ୍କାସନ କରାଯିବ। ଏଥିପାଇଁ ପୂର୍ବାହ୍ନ ୯ଟାରୁ ସାଇରନ୍ ବାଜିବା ଆରମ୍ଭ କରିଛି। ଏପଟେ ଜଳସ୍ତର ୬୧୩.୧୫ ଫୁଟରେ ପହଞ୍ଚିଛି। ହୀରାକୁଦକୁ ବର୍ତ୍ତମାନ ୧ଲକ୍ଷ ୨୦ ହଜାର ୨୧୫ କ୍ୟୁସେକ ଜଳ ପ୍ରବେଶ କରୁଛି। ଆଉ ଯେତିକି ଜଳ ପ୍ରବେଶ କରୁଛି ସମ ପରିମାଣର ଜଳ ନିଷ୍କାସନ କରିବାକୁ କର୍ତ୍ତୃପକ୍ଷ ଯୋଜନା କରିଛନ୍ତି। ଏଥିପାଇଁ ଆଜି ୫ଟି ଗେଟ୍ ଖୋଲିବାକୁ ଯୋଜନା ହୋଇଛି। ଏଥିରୁ ବାମ ପାର୍ଶ୍ବର ୩ଟି ଏବଂ ଡାହାଣ ପଟର ୨ଟି ଗେଟ୍ ଖୋଲାଯିବ। ଏହି ପାଣି ତଳମୁଣ୍ଡରେ ଜଳପ୍ରବାହ ବୃଦ୍ଧି କରିବ। ତେଣୁ ନଦୀ ଭିତରକୁ ନ ଯିବାକୁ ତଳମୁଣ୍ଡର ସମସ୍ତ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି।

Comments are closed.