ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଲେ ସସ୍ମିତ ପାତ୍ର

ନୂଆଦିଲ୍ଳୀ – ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଇଛନ୍ତି ବିଜେଡି ନେତା ସସ୍ମିତ ପାତ୍ର। ଦ୍ବିତୀୟ ଥର ପାଇଁ ସସ୍ମିତ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ସସ୍ମିତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ଓଡ଼ିଆରେ ଶପଥ ପାଠ କରିଥିଲେ ସସ୍ମିତ ପାତ୍ର। ରାଜ୍ୟସଭା ନିର୍ବାଚନ ପାଇଁ ଖାଲି ପଡ଼ିଥିବା ୩ଟି ଆସନରେ ବିଜେଡିରୁ ମାନସ ମଙ୍ଗରାଜ, ସୁଲତା ଦେଓ ଓ ସସ୍ମିତ ପାତ୍ର ନିର୍ବାଚିତ ହୋଇଥିଲେ। ପୂର୍ବରୁ ମାନସ ମଙ୍ଗରାଜ ଓ ସୁଲତା ଦେଓ ରାଜ୍ୟସଭାର ସଦସ୍ୟ ଭାବେ ଶପଥ ନେଇଥିଲେ । ଆଜି ବିଜେଡିର ସସ୍ମିତ ପାତ୍ରଙ୍କ ସମେତ ମୋଟ ୨୭ ଜଣ ସଦସ୍ୟ ଶପଥ ନେଇଛନ୍ତି।

Comments are closed.