ନିଟ୍ ପରୀକ୍ଷା କେନ୍ଦ୍ରରେ ଛାତ୍ରୀମାନଙ୍କୁ ଅନ୍ତଃବସ୍ତ୍ର କାଢିବାକୁ ବାଧ୍ୟ କରିଥିବା ପାଞ୍ଚ ମହିଳା ଗିରଫ

କୋଲ୍ଲାମ (କେରଳ) : କେରଳର ଏକ ନିଟ୍ ପରୀକ୍ଷା କେନ୍ଦ୍ରରେ ଛାତ୍ରୀମାନଙ୍କୁ ଅନ୍ତଃବସ୍ତ୍ର କାଢିବାକୁ ବାଧ୍ୟ କରିଥିବା ଅଭିଯୋଗରେ ପାଞ୍ଚ ଜଣ ମହିଳା କର୍ମଚାରୀଙ୍କୁ ମଙ୍ଗଳବାର ଗିରଫ କରାଯାଇଛି ।

ପୋଲିସର ସୂଚନା ଅନୁଯାୟୀ ଅଭିଯୁକ୍ତ ପାଞ୍ଚ ମହିଳାଙ୍କୁ ବହୁ ଘଣ୍ଟା ଧରି ପଚରାଉଚରା ପରେ ଗିରଫ କରାଯାଇଥିଲା । ଏଥିମଧ୍ୟରୁ ତିନିଜଣ ମହିଳା ଏକ ଏଜେନ୍ସିରେ କାମ କରନ୍ତି ଯାହାକୁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍.ଟି.ଏ.) ତରଫରୁ ପରୀକ୍ଷା କେନ୍ଦ୍ରର ଦାୟିତ୍ବ ଦିଆଯାଇଥିଲା । ଅନ୍ୟ ଦୁଇଜଣ ମହିଳା ଆୟୁରରେ ଅବସ୍ଥିତ ଏକ ଘରୋଇ ଶିକ୍ଷାନୁଷ୍ଠାନରେ କାର୍ଯ୍ୟ କରନ୍ତି ଯେଉଁଠାରେ ଉକ୍ତ ଘଟଣା ଘଟିଥିଲା। ରବିବାର ନିଟ୍ ପରୀକ୍ଷା ଦେବାକୁ ଆସିଥିବା ଛାତ୍ରୀମାନଙ୍କୁ ଅନ୍ତଃବସ୍ତ୍ର ବାହାର କରିବାକୁ ବାଧ୍ୟ କରାଯାଇଥିବା ଅଭିଯୋଗ ହୋଇଥିଲା । ଏନେଇ ଛାତ୍ରୀ ମାନଙ୍କ ଅଭିଭାବକ ପକ୍ଷରୁ ପୋଲିସରେ ଅଭିଯୋଗ ଦିଆଯାଇଥିଲା।

Comments are closed.