ଆଜି ରାଷ୍ଟ୍ରପତି ନିର୍ବାଚନର ଭୋଟ ଗଣତି: ଦ୍ରୌପଦୀ ମୁର୍ମୁ ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହେବା ପ୍ରାୟ ନିଶ୍ଚିତ

ନୂଆଦିଲ୍ଲୀ – ଦେଶର କିଏ ହେବେ ପଞ୍ଚଦଶ ରାଷ୍ଟ୍ରପତି, ତାହା ଆଜି ଜଣାପଡ଼ିବ । ଆଜି ହେଉଛି ରାଷ୍ଟ୍ରପତି ନିର୍ବାଚନର ଭୋଟ ଗଣତି। ଗତ ୧୮ ତାରିଖରେ ପଞ୍ଚଦଶ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ହୋଇଥିଲା। ଆଜି ଦିନ ୧୧ଟା ବେଳେ ସଂସଦ ଭବନର ୬୩ ନଂ ରୁମ୍‌ରେ ଭୋଟ୍ ଗଣତି ଆରମ୍ଭ ହେବ ।

ସଂଖ୍ୟା ଦୃଷ୍ଟିରୁ ଯଶୱନ୍ତ ସିହ୍ନାଙ୍କ ଠାରୁ ବହୁ ଆଗରେ ଦ୍ରୌପଦୀ ମୁର୍ମୁ ଅଛନ୍ତି। ଦ୍ରୌପଦୀଙ୍କ ବିଜୟ ନିଶ୍ଚିତ ଲାଗୁଛି। ନିର୍ବାଚିତ ହେଲେ ଦ୍ରୌପଦୀ ମୁର୍ମୁ ହେବେ ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି। ଦ୍ରୌପଦୀ ମୁର୍ମୁ ରାମନାଥ କୋବିନ୍ଦଙ୍କ ଉତ୍ତରାଧିକାରୀ ହେବାନେଇ କାହା ମନରେ ସନ୍ଦେହ ନ ଥିବା ବେଳେ ସେ କେତେ ଭୋଟ୍‌ରେ ଜିତିବେ ତାହା ଗଣତି ପରେ ହିଁ ଜଣାପଡ଼ିବ। କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୪ରେ ଶେଷ ହେବାକୁ ଥିବା ବେଳେ ନୂଆ ରାଷ୍ଟ୍ରପତି ଜୁଲାଇ ୨୫ରେ ଶପଥ ନେବେ।

Comments are closed.