ମୁକେଶ ଅମ୍ବାନୀ ଓ ତାଙ୍କ ପରିବାରକୁ ସୁରକ୍ଷା ଜାରି ରଖିବା ପାଇଁ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଅନୁମତି

ନୂଆଦିଲ୍ଲୀ: ମୁମ୍ବାଇରେ ଶିଳ୍ପପତି ମୁକେଶ ଅମ୍ବାନୀ ଏବଂ ତାଙ୍କ ପରିବାରକୁ ଦିଆଯାଉଥିବା ସୁରକ୍ଷା ଜାରି ରଖିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଅନୁମତି ଦେଇଛନ୍ତି।

ପ୍ରଧାନ ବିଚାରପତି ଏନ.ଭି ରମନ୍ନା, ଜଷ୍ଟିସ କୃଷ୍ଣ ମୁରାରୀ ଏବଂ ଜଷ୍ଟିସ ହିମା କୋହଲିଙ୍କ ଏକ ବେଞ୍ଚ ଶୁକ୍ରବାର ଅମ୍ବାନୀ ପରିବାରକୁ ଦିଆଯାଉଥିବା ସୁରକ୍ଷା ସମ୍ପର୍କରେ ତ୍ରିପୁରା ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ କେନ୍ଦ୍ର ସରକାରଙ୍କ ପିଟିସନକୁ ଗ୍ରହଣ କରିଛନ୍ତି।

ତ୍ରିପୁରା ହାଇକୋର୍ଟ ଅମ୍ବାନୀ ପରିବାରକୁ ଦିଆଯାଉଥିବା ସରକାରୀ ସୁରକ୍ଷାକୁ ଚ୍ୟାଲେଞ୍ଜ କରି ଦାଖଲ ଏକ ଜନସ୍ବାର୍ଥ ମାମଲାର ଶୁଣାଣି ବେଳେ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଥିଲେ।

ତେବେ ସୁପ୍ରିମକୋର୍ଟର ଏକ ଅବକାଶ କାଳୀନ ବେଞ୍ଚ୍ ଜୁନ୍ ୨୯ରେ ତ୍ରିପୁରା ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ରୋକ୍ ଲଗାଇଥିଲେ ।

କେନ୍ଦ୍ର ସରକାରଙ୍କ ତରଫରୁ ହାଜର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସୁପ୍ରିମକୋର୍ଟରେ କହିଛନ୍ତି ଯେ ମୁମ୍ବାଇର କୌଣସି ବ୍ୟକ୍ତିଙ୍କୁ ସୁରକ୍ଷା ଦିଆଯିବା ସହିତ ତ୍ରିପୁରାର ଆବେଦନକାରୀ (ବିକାଶ ଶାହା)ଙ୍କ କୌଣସି ସମ୍ପର୍କ ନାହିଁ।

ଅମ୍ବାନୀ ପରିବାରକୁ ସୁରକ୍ଷା ଯୋଗାଇବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ତ୍ରିପୁରା ହାଇକୋର୍ଟ ମେ ୩୧ ଏବଂ ଜୁନ୍ ୨୧ରେ ବିକାଶ ଶାହାଙ୍କ ପିଟିସନ ଉପରେ କେନ୍ଦ୍ର ସରକାରଙ୍କୁ ଦୁଇଥର ଅନ୍ତରୀଣ ନିର୍ଦ୍ଦେଶ ଜାରି କରିଥିଲେ ଅମ୍ବାନୀ ପରିବାରକୁ ସୁରକ୍ଷା ସମ୍ପର୍କିତ ଗୃହ ମନ୍ତ୍ରଣାଳୟର ଫାଇଲ ମାଗିଥିଲେ ।

Comments are closed.