ହୋ ସମେତ ତିନି ଜନଜାତୀୟ ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ ପାଇଁ ବିଜେଡି ସାଂସଦଙ୍କ ଦାବି

ନୂଆଦିଲ୍ଲୀ – ରାଜ୍ୟର ହୋ, ମୁଣ୍ଡାରି ଓ ଭୂମିଜ ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ କରିବାକୁ ବିଜେଡି ରାଜ୍ୟସଭା ସଦସ୍ୟ ଡକ୍ଟର ସସ୍ମିତ ପାତ୍ର ଦାବି କରିଛନ୍ତି। ଆଜି ରାଜ୍ୟସଭାରେ ସ୍ପେଶାଲ ମେନସନ ନୋଟିସ ଜରିଆରେ ଏହି ପ୍ରସଙ୍ଗ ଉଠାଇଥିଲେ ସସ୍ମିତ । ଗୃହରେ ଓଡ଼ିଆରେ କହି ଦାବି ଉପସ୍ଥାପନ କରିଥିଲେ ବିଜେଡି ସଦସ୍ୟ। ଓଡ଼ିଶାର ଲକ୍ଷାଧିକ ଜନଜାତି ଭାଇଭ ଉଣୀ ଏସବୁ ଭାଷା କହନ୍ତି। ସାନ୍ତାଳୀ ଭାଷାକୁ ଆଗରୁ ହିଁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ କରାଯାଇଛି ବୋଲି ଡକ୍ଟର ପାତ୍ର କହିଥିଲେ। ରାଜ୍ୟସଭା ସଦସ୍ୟ ଭାବେ ଦ୍ୱିତୀୟ କାର୍ଯ୍ୟକାଳରେ ପ୍ରଥମ ଥର ପାଇଁ ସ୍ପେଶାଲ ମେନସନ ନୋଟିସ ଜରିଆରେ ଭାଷା ପ୍ରସଙ୍ଗ ଉଠାଇଛନ୍ତି ଡକ୍ଟର ପାତ୍ର ।

Comments are closed.