ବାବୁସାନଙ୍କ ଘର ଭାଙ୍ଗିସାରିଥିଲା : ପ୍ରକୃତି ମିଶ୍ର

ଭୁବନେଶ୍ବର- ଅଭିନେତା ବାବୁସାନ ଓ ପତ୍ନୀ ତୃପ୍ତିଙ୍କ ସହ ବିବାଦ ମାମଲାରେ ସନ୍ଦେହ ଘେରରେ ଥିବା ଅଭିନେତ୍ରୀ ପ୍ରକୃତି ମିଶ୍ର ମୁହଁ ଖୋଲିଛନ୍ତି। ସାମାଜିକ ଗଣମାଧ୍ୟମରେ ଭିଡିଓ ଜାରି କରି ପ୍ରକୃତି କହିଛନ୍ତି, ତାଙ୍କ ପ୍ରତି ହୋଇଥିବା ଗୁଣ୍ଡାଗର୍ଦ୍ଦିକୁ ସେ ବିରୋଧ କରୁଛନ୍ତି । ଜଣେ ନାରୀ ହୋଇ ବି ତୃପ୍ତି ବିନା କଥାବାର୍ତ୍ତାରେ ତାଙ୍କ ସାର୍ଟ ଭିଡ଼ାଭିଡି କଲେ ଓ ନିର୍ଯ୍ୟାତନା ଦେଲେ। ଘଟଣାସ୍ଥଳରେ ଲୋକେ ତାଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ‌ସେଲ୍‌ଫି ନେଉଥିଲେ। ଯେଉଁଭଳି ତାଙ୍କ ସହ ବ୍ୟବହାର କରାଗଲା, ତାହା ସମାଜ ପାଇଁ ଗୋଟିଏ ଉଦାହରଣ ।

ନିଜ ବିରୋଧରେ ଅଭିଯୋଗ ନେଇ ପ୍ରକୃତି କହିଛନ୍ତି, ଯେଉଁ ଘର ପୂର୍ବରୁ ଭାଙ୍ଗି ସାରିଛି ତାକୁ ସେ କଣ ଭାଙ୍ଗିବେ ? । ଆକ୍ରମଣ କରିଥିବା ବ୍ୟକ୍ତି କେଉଁ ଘରୁ ଆସନ୍ତି ତାହା ଜଣାପଡିଗଲା ବୋଲି ପ୍ରକୃତି ଭିଡିଓ ଜରିଆରେ କହିଛନ୍ତି।

Comments are closed.