ଚିଲିକା ବିଧାୟକଙ୍କୁ ସର୍ତ୍ତାମୂଳକ ଜାମିନ

ଭୁବନେଶ୍ୱର – ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଜାମିନ ମିଳିଛି । ପ୍ରଶାନ୍ତଙ୍କୁ ସର୍ତ୍ତମୂଳକ ଜାମିନ ଦେଇଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟଙ୍କ ସର୍ତ୍ତ ଅନୁଯାୟୀ ବର୍ଷେ ଯାଏଁ ନିର୍ବାଚନ ମଣ୍ଡଳୀକୁ ପ୍ରଶାନ୍ତ ଯାଇପାରିବେ ନାହିଁ । ଯଦି ନିର୍ବାଚନ ମଣ୍ଡଳୀକୁ ଯିବେ ତେବେ ଜିଲ୍ଲାପାଳଙ୍କ ଅନୁମତି ନେବା ଜରୁରୀ । ଏଥିସହିତ ୫ଜଣରୁ ଅଧିକ ଲୋକଙ୍କୁ ନେଇ କୌଣସି ସଭାସମିତି କରିପାରିବେ ଜଗଦ୍ଦେବ । ଏନେଇ ଆଇନଜୀବୀ ମାନସ ଚାନ୍ଦ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଚିଲିକା ବିଧାୟକ ବାଣପୁର ବ୍ଲକ ନିକଟରେ ଲୋକଙ୍କ ଉପରେ ଗାଡ଼ି ମଡ଼ାଇବାକୁ ନେଇ ଗିରଫ ହୋଇ ଜେଲ ଯାଇଥିଲେ। ଗାଡ଼ି ଧକ୍କାରେ ମୋଟ୍‍ ୨୭ ଜଣ ଲୋକ ଆହତ ହୋଇଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଆହତଙ୍କ ମଧ୍ୟରେ ଜଣେ ଆଇଆଇସିଙ୍କ ସହ ୭ଜଣ ପୋଲିସ କର୍ମଚାରୀ ରହିଥିଲେ। ବିଧାୟକଙ୍କ ଗାଡ଼ି ଆଗରୁ ସାମ୍ବାଦିକ ବି ବର୍ତ୍ତି ନ ଥିଲେ। ୨ଜଣ ସମ୍ବାଦିକ ମଧ୍ୟ ଆହତ ହୋଇଥିଲେ।

Comments are closed.