ମଙ୍କିପକ୍ସ ଆଲର୍ଟ : ଆସନ୍ତା ୩୦ରେ ଉଚ୍ଚସ୍ତରୀୟ ବୈଠକ ଡାକିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ବର – ଦେଶରେ ଏଯାବତ୍ ୩ ଜଣ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେରଳ ପରେ ଦିଲ୍ଲୀରେ ମଙ୍କିପକ୍ସ ମାମଲା ଆସିଛି । ଏହାକୁ ନେଇ ସତର୍କ ହୋଇଛନ୍ତି ରାଜ୍ୟ ସରକାର । ଆସନ୍ତା ୩୦ ତାରିଖ ଦିନ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି । ମଙ୍କିପକ୍ସ ସ୍ଥିତି ଉପରେ ନଜର ରଖାଯାଇଛି । ବାହାରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖାଯାଇଛି । ମଙ୍କିପକ୍ସ ପାଇଁ ଦେଶରେ ୧୦ଟି ପରୀକ୍ଷା କେନ୍ଦ୍ର ଅଛି । ଯେଉଁମାନଙ୍କର ଲକ୍ଷଣ ରହିଛି ସେମାନେ ସ୍ବାସ୍ଥ୍ୟ ବିଭାଗ ସହ ଯୋଗାଯୋଗ କରନ୍ତୁ । ଏନେଇ କେନ୍ଦ୍ର ସରକାରଙ୍କର ଗାଇଡ଼ଲାଇନ ଆସିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ କହିଛନ୍ତି।ମଙ୍କିପକ୍ସ ସହ ମୁକାବିଲା ପାଇଁ ଏବେ ରାଜ୍ୟର ହସ୍ପିଟାଲଗୁଡିକରେ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ୩୦ ତାରିଖରେ ମଙ୍କିପକ୍ସ ନେଇ ସ୍ବାସ୍ଥ୍ୟବିଭାଗର ଉଚ୍ଚସ୍ତରୀୟ ବୈଠକ ବସିବ । ଏହି ବୈଠକରେ ମଙ୍କିପକ୍ସ ବାବଦରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହେବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ।

Comments are closed.