ଆଜି ପୁଣି ଇଡିରେ ହାଜର ହେବେ ସୋନିଆ

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ନ୍ୟାସନାଲ ହେରାଲ୍ଡ ମାମଲାରେ ତୃତୀୟ ଥର ପାଇଁ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହେବେ । ଗତକାଲି ସୋନିଆଙ୍କୁ ୬ ଘଣ୍ଟା ଜେରା କରାଯାଇଥିଲା । ତା’ପୂର୍ବରୁ ଜୁଲାଇ ୨୧ରେ ସେ ତିନି ଘଣ୍ଟା ଜେରାର ସମ୍ମୁଖୀନ ହୋଇଥିଲେ । ସୋନିଆଙ୍କୁ ଇଡିର ଜରା ବିରୋଧରେ କଂଗ୍ରେସ ଆଜି ମଧ୍ୟ ସାରା ଦେଶରେ ସତ୍ୟଗ୍ରହ କରିବ।

ଇଡି ସୂତ୍ରରୁ ପ୍ରକାଶ ଯେ ସୋନିଆ ଗାନ୍ଧୀଙ୍କୁ ଦୁଇ ରାଉଣ୍ଡ ପଚରାଉଚରା ବେଳେ ୭୫ଟି ପ୍ରଶ୍ନ ପଚରାଯାଇଛି। ପ୍ରଥମ ଦିନରେ ପ୍ରାୟ ୨୫ଟି ପ୍ରଶ୍ନ ପଚରାଯାଇଥିଲା |

ମଙ୍ଗଳବାର ରାହୁଲ ଗାନ୍ଧୀଙ୍କ ସମେତ ୫୦ ଜଣ କଂଗ୍ରେସ ସାଂସଦଙ୍କୁ ଦିଲ୍ଲୀ ପୋଲିସ ଅଟକ ରଖିଥିଲା। ସୋନିଆଙ୍କ ପଚରାଉଚରା ଶେଷ ହେବା ପରେ ଏହି ସାଂସଦମାନଙ୍କୁ ମୁକ୍ତ କରାଯାଇଥିଲା। ସଂସଦ ନିକଟ ବିଜୟ ଚୌକ ଠାରେ ହୋଇଥିବା ପ୍ରତିବାଦ ସମୟରେ ସମସ୍ତ ସାଂସଦଙ୍କୁ ଅଟକ ରଖାଯାଇଥିଲା। ଗିରଫ ହେବା ପରେ ରାହୁଲ କହିଛନ୍ତି – ଦେଶକୁ ପୋଲିସ ରାଷ୍ଟ୍ରରେ ପରିଣତ କରାଯାଇଛି ଏବଂ ମୋଦି ଏହାର ରାଜା ।

Comments are closed.