କରୋନା ଅପଡେଟ୍: ଦେଶରେ ଆଉ ୧୮,୩୧୩ ନୂଆ ମାମଲା, ୫୭ ମୃତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଭାରତରେ ଆଉ ୧୮,୩୧୩ କରୋନା ମାମଲା ରିପୋର୍ଟ ହୋଇଛି । ଏଥିସହ ଦେଶରେ ମୋଟ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪,୩୯,୩୮,୭୬୪ କୁ ବୃଦ୍ଧି ପାଇଛି। ଏଥି ସହିତ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧,୪୫,୦୨୬ କୁ ଖସି ଆସିଛି।

ବୁଧବାର ସକାଳ ୮ ଟାରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ପ୍ରକାଶିତ ଅଦ୍ୟତନ ତଥ୍ୟ ଅନୁଯାୟୀ ଦେଶରେ କରୋନାରୁ ଆଉ ୫୭ ଜଣ ପ୍ରାଣ ହରାଇଛନ୍ତି । ଏଥିସହ ଦେଶରେ ମୋଟ କୋଭିଡ୍ ମୃତ୍ୟୁ ସଂଖ୍ୟା ୫,୨୬,୧୧୦ କୁ ବୃଦ୍ଧି ପାଇଛି। ଦେଶରେ ଚିକିତ୍ସାଧୀନ କୋଭିଡ୍ ରୋଗୀଙ୍କ ସଂଖ୍ୟା ୧,୪୫,୦୨୬ କୁ ହ୍ରାସ ପାଇଛି, ଯାହାକି ମୋଟ ମାମଲାର ୦.୩୪ ପ୍ରତିଶତ । ଗତ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ ରୋଗୀଙ୍କ ସଂଖ୍ୟାରେ ୨,୪୮୬ ହ୍ରାସ ଘଟିଛି। ରୋଗୀଙ୍କ ଜାତୀୟ ସୁସ୍ଥତା ହାର ହେଉଛି ୯୮.୪୭ ପ୍ରତିଶତ ।

ତଥ୍ୟ ଅନୁଯାୟୀ, ଦୈନିକ ସଂକ୍ରମଣ ହାର ୪.୩୧ ପ୍ରତିଶତ ହୋଇଥିବାବେଳେ ସାପ୍ତାହିକ ସଂକ୍ରମଣ ହାର ୪.୫୭ ପ୍ରତିଶତ ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ କୋଭିଡ-୧୯ ପାଇଁ ୮୭.୩୬ କୋଟିରୁ ଅଧିକ ନମୁନା ପରୀକ୍ଷା କରାଯାଇଛି, ସେଥିମଧ୍ୟରୁ ଗତ ୨୪ ଘଣ୍ଟା ମଧ୍ୟରେ ୪,୨୫,୩୩୭ ନମୁନା ପରୀକ୍ଷା କରାଯାଇଛି । ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୪,୩୨,୬୭,୫୭୧ ଲୋକ ସଂକ୍ରମଣମୁକ୍ତ ହୋଇଛନ୍ତି ଏବଂ କୋଭିଡ-୧୯ ରୁ ମୃତ୍ୟୁ ହାର ୧.୨ ପ୍ରତିଶତ ରହିଛି।

ଅପରପକ୍ଷରେ ଦେଶବ୍ୟାପୀ ଟିକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ୨୦୨.୭୯ କୋଟି ଡୋଜ୍ ଟିକା ଦିଆଯାଇଛି।

Comments are closed.