ପନିପରିବା ଚାଷରେ ଓଡ଼ିଶା ଅଗ୍ରଣୀ ରାଜ୍ଯ

ଭୁବନେଶ୍ବର- ରାଜ୍ୟରେ ପନିପରିବା, ଫଳମୂଳ ଉତ୍ପାଦନ, ସଂରକ୍ଷଣ ଏବଂ ବଜାର ବ୍ୟବସ୍ଥାକୁ ନେଇ ଆଜି ବିଧାନସଭାରେ ସରଗରମ ଆଲୋଚନା ସୋଇଛି । କନ୍ଦମୂଳ ଉତ୍ପାଦନରେ ଓଡିଶା ଏକ ନମ୍ବର ସ୍ଥାନରେ ରହିଛି । ବାଇଗଣ ଓ ବନ୍ଧାକୋବିରେ ଦ୍ବିତୀୟ, ଭେଣ୍ଡି, ବିଲାତି ବାଇଗଣ ଓ ତରଭୁଜ ଉତ୍ପାଦନରେ ପଞ୍ଚମ ସ୍ଥାନରେ ରହିଛି। ଏ ନେଇ ଗୃହରେ ଉତ୍ତର ରଖିଛନ୍ତି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ।

ରାଜ୍ୟରେ ୩ କୋଟି ୬୪ ଲକ୍ଷ ଆମ୍ବ, କାଜୁ, କମଳା, ଲେମ୍ବୁ, ଲିଚୁ, ନଡ଼ିଆ, ପିଜୁଳି ଭଳି ଚାରା ଚାଷୀ ଏବଂ ବିଭିନ୍ନ ସଂଗଠନକୁ ବଣ୍ଟାଯାଇଛି । ଓଡିଶା କୃଷି ନିଗମ ଶିଳ୍ପ ଦ୍ବାରା ଖତ ସାର ଯୋଗାଇ ଦିଆଯାଉଛି । ଫଳ ଓ ପନିପରିବାର ମୂଲ୍ୟ ବିକ୍ରି ଓ ଦର ବଜାର ସ୍ଥିତି ଉପରେ ନିର୍ଭର କରେ ବୋଲି କୃଷି ମନ୍ତ୍ରୀ କହିଛନ୍ତି।

Comments are closed.