ମନ୍ଦିର ମାଳିନୀ ଭୁବନେଶ୍ୱରର ବାଟ ମହାଦେବ

ବାଟ ମହାଦେବ(ମୁକ୍ତେଶ୍ୱର ଶିବ),ଏକ ଶିବ ମନ୍ଦିର । ଏହା ଭୁବନେଶ୍ୱରଠାରେ ଅବସ୍ଥିତ । ସାଧାଭୁବନେଶ୍ୱର କୁ ଏକାମ୍ର କ୍ଷେତ୍ର ବା ଶୈବକ୍ଷେତ୍ର ଭାବରଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ତେଣୁ ଏହାର ପ୍ରତ୍ୟେକ ଟି ସ୍ଥାନରେ ଶିବଲିଙ୍ଗ ପରିଦୃଷ୍ଟ।

ବାଟ ମହାଦେବ ବା ମୁକ୍ତେଶ୍ୱର ଶିବ ମନ୍ଦିର ଟି ଲିଙ୍ଗରାଜ ମନ୍ଦିର ନିକଟରୁ କେଦାରଗୌରୀ ଲେନକୁ ଯାଇଥିବା ବିନ୍ଦୁସାଗର ରାସ୍ତାର ମଧ୍ୟସ୍ଥଳୀ ରେ ଅବସ୍ଥିତ । ଏଠାରେ ଭଗବାନ ଶିବ ପ୍ରସ୍ତରର ଯୋନି ମଧ୍ୟରେ ଶିବଲିଙ୍ଗ ରୂପରେ ଆରାଧ୍ୟ ଦେବତା ଭାବରେ ରହିଛନ୍ତି । ଏହି ମନ୍ଦିରର ଚତୁର୍ଦିଗରେ ରାସ୍ତା ସମୂହ ରହିଥିବା ବେଳେ ପୂର୍ବ ଦିଗରେ ୧୫ ମିଟର ଦୂରରେ ବାସୁଦେବ ମନ୍ଦିର, ପଶ୍ଚିମ ଦିଗରେ ୧୦ମିଟର ଦୂରରେ ବିନ୍ଦୁସାଗର ପୁଷ୍କରିଣୀ ଦକ୍ଷିଣରେ ୧୦୦ ମିଟର ଦୂରରେ ଲିଙ୍ଗରାଜ ମନ୍ଦିର ରହିଛି । ମନ୍ଦିରର ମୁଖ ଭାଗ ପୂର୍ବ ଦିଗକୁ ରହିଛି

ସ୍ଥାନୀୟ ପ୍ରବାଦ ଅନୁସାରେ ମହାଦେବ ଯେତେ ବେଳେ ଭଗବାନ ଶିବ ଏକାମ୍ର ନଗରୀକୁ ଭ୍ରମଣ ପାଇଁ ଆସିଥିଲେ ଏଠାରେ ବିଶ୍ରାମ ନେଇଥିଲେ । ତେଣୁ ଏହିସ୍ଥାନ ବାଟ ମହାଦେବ ଭାବରେ ନାମିତ ହେଇଥିଲା।ଏହିମନ୍ଦିର ଲିଙ୍ଗରାଜ ମନ୍ଦିର ପରିଚାଳନା ସମିତିଦ୍ୱାରା ପରିଚାଳିତ ।

ଏହାର ନିର୍ମାଣ କାଳ ଓ ସ୍ଥପତ୍ୟ ଶୈଳ ଅନୁସାରେ ଏହା ୧୫ ଶ ଶତାବ୍ଦୀରୁ ୧୬ଶ ଶତାବ୍ଦୀ ମଧ୍ୟରେ ନିର୍ମିତ ହେଇଥିବାର ଅନୁମାନ କରାଯାଇଥାଏ । “ପିଢା”ଦେଉଳ ଶୈଳୀରେ ଏହିମନ୍ଦିର ପ୍ରସ୍ତର ଦ୍ୱାରା ନିର୍ମିତ ।

ଏହାର ନିର୍ମାଣ ଶୈଳୀ :- ୧.୯୫ ବର୍ଗମିଟର ଆକାରର ଚର୍ତୁର୍ଭୁଜାକାର ଲିଙ୍ଗ ପିଠ ଥାଇ ଏହି ମନ୍ଦିର ପଞ୍ଚ-ରଥ ଶୈଳୀରେ ନିର୍ମିତ । ଉପାସନା ପୀଠର ଉଛତା ୧.୯୫ ମିଟର । ଭାରତ ସରକାରଙ୍କ ପୁରତତ୍ୱ ବିଭାଗ ଦ୍ଵାରା ଏହି ମନ୍ଦିର ସରଂକ୍ଷିତ ।

Comments are closed.