ରାଜ୍ୟଗୋଷ୍ଠୀ କ୍ରୀଡାର ରଙ୍ଗାରଙ୍ଗ ଉଦଘାଟନ, ସିନ୍ଧୁ ଓ ମନପ୍ରୀତ ନେଲେ ଭାରତୀୟ ଦଳର ନେତୃତ୍ଵ

ବର୍ମିଂହାମ: ବର୍ମିଂହାମର ଆଲେକ୍ସଜାଣ୍ଡାର ଷ୍ଟାଡିୟମରେ ରାଜ୍ୟଗୋଷ୍ଠୀ କ୍ରୀଡାର ୨୦୨୨ର ରଙ୍ଗାରଙ୍ଗ ଉଦଘାଟନ ହୋଇଛି | ପ୍ରିନ୍ସ ଚାର୍ଲ୍ସ ଏହି ମେଗା ଇଭେଣ୍ଟର ଉଦଘାଟନ ଘୋଷଣା କରିଥିଲେ। ଉଦଘାଟନୀ ଉତ୍ସବରେ ଆଲେକ୍ସଜାଣ୍ଡାର ଷ୍ଟାଡିୟମରେ ପ୍ରାୟ ୩୦,୦୦୦ ରୁ ଅଧିକ ଦର୍ଶକ ଉପସ୍ଥିତ ଥିଲେ।

ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ ର ଉଦଘାଟନୀ ସମାରୋହର ମାର୍ଚ ପାଷ୍ଟରେ ପରମ୍ପରା ଅନୁଯାୟୀ ଗତ ସଂସ୍କରଣର ଆୟୋଜକ ଭାବେ ଅଷ୍ଟ୍ରେଲିଆ ପ୍ରଥମେ ଆସିଥିଲା । ଯାହା ପରେ ଓସେନିଆ ରାଷ୍ଟ୍ର ଆଫ୍ରିକା, ଆମେରିକା, ଏସିଆ, କାରିବିୟାନ୍ ଏବଂ ଶେଷରେ ୟୁରୋପର ଦେଶମାନେ ପଡ଼ିଆକୁ ଆସିଥିଲେ ।

ଭବ୍ୟ ଉଦଘାଟନୀ ସମାରୋହରେ ବ୍ୟାଡମିଣ୍ଟନ ଷ୍ଟାର ପିଭି ସିନ୍ଧୁ ଏବଂ ପୁରୁଷ ହକି ଦଳର ଅଧିନାୟକ ମନପ୍ରୀତ ସିଂ ଧ୍ବଜାବାହକ ଭାବେ ଭାରତୀୟ ଦଳର ନେତୃତ୍ଵ ନେଇଥିଲେ।

ରାଜ୍ୟଗୋଷ୍ଠୀ କ୍ରୀଡା ୨୮ ଜୁଲାଇରୁ ୮ ଅଗଷ୍ଟ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ | ଚଳିତ ସଂସ୍କରଣରେ ଭାରତର ୨୧୫ ଆଥଲେଟ୍ ୧୯ଟି କ୍ରୀଡାର ୧୪୧ଟି ଇଭେଣ୍ଟରେ ଅଂଶଗ୍ରହଣ କରିବେ |

Comments are closed.