ସଞ୍ଜୟ ରାଉତଙ୍କ ଘରେ ପହଞ୍ଚିଲା ଇଡି ଟିମ୍, ଦୁଇଥର ସମନ ପରେ ମଧ୍ୟ ହାଜର ହୋଇନଥିଲେ

ମୁମ୍ବାଇ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଟିମ୍ ମୁମ୍ବାଇର ଶିବସେନା ନେତା ସଞ୍ଜୟ ରାଉତଙ୍କ ଘରେ ପହଞ୍ଚିଛି। ପାତ୍ରା ଚଲ୍ ଜମି ଦୁର୍ନୀତି ମାମଲାରେ ଦୁଇଥର ସମନ ପରେ ମଧ୍ୟ ସଞ୍ଜୟ ରାଉତ ଇଡି ଆଗରେ ହାଜର ହୋଇନଥିଲେ। ତେଣୁ ଇଡି ଟିମ୍ ଆଜି ସକାଳେ ତାଙ୍କ ଘରେ ପହଞ୍ଚିଛନ୍ତି। ଏହି ମାମଲାରେ ପୂର୍ବରୁ ଥରେ ସଞ୍ଜୟ ରାଉତଙ୍କୁ ୧୦ ଘଣ୍ଟା ଧରି ପଚରାଉଚରା କରାଯାଇଛି।

ଇଡି ଅଧିକାରୀମାନେ ଆଜି ସକାଳ ପ୍ରାୟ ୭ ଟାରେ ଶିବସେନା ନେତା ସଞ୍ଜୟ ରାଉତଙ୍କ ବାସଭବନରେ ପହଞ୍ଚିଥିଲେ। ପାତ୍ରା ଚଲ୍ ଜମି ଦୁର୍ନୀତି ମାମଲାରେ ତାଙ୍କୁ ରାଉତ ପଚରାଉଚରା କରୁଛନ୍ତି। ଅନୁସନ୍ଧାନକାରୀ ସଂସ୍ଥାର ଟିମ୍ ସହିତ ସିଆରପିଏଫ୍ ଅଧିକାରୀ ମଧ୍ୟ ଅଛନ୍ତି | ଏହି ଦଳ ଆଜି ସକାଳେ ମୁମ୍ବାଇର ପୂର୍ବ ଉପକଣ୍ଠ ଭଣ୍ଡୁପ ସ୍ଥିତ ସଞ୍ଜୟ ରାଉତଙ୍କ ଘରେ ପହଞ୍ଚିଛି।

ସଞ୍ଜୟ ରାଉତ ଜୁଲାଇ ୧ରେ ତାଙ୍କ ବୟାନ ରେକର୍ଡ କରିଥିଲେ। ତାଙ୍କୁ ୧୦ ଘଣ୍ଟା ପଚରାଉଚରା କରାଯାଇଥିଲା। ଏହାପରେ ତାଙ୍କୁ ଜୁଲାଇ ୨୦ରେ ଏବଂ ପୁଣି ଜୁଲାଇ ୨୭ରେ ଡକାଯାଇଥିଲା। ଚଳିତ ସଂସଦ ଅଧିବେଶନ ଯୋଗୁଁ ସେ ବର୍ତ୍ତମାନ ପର୍ଯ୍ୟନ୍ତ ଇଡିରେ ହାଜର ହୋଇପାରିବେ ନାହିଁ । ଅଗଷ୍ଟ ୭ ପରେ ହିଁ ସେ ହାଜର ହେବେ ବୋଲି ରାଉତ କହିଥିଲେ।

Comments are closed.