ପୁଣି ହଜାରେ ଟପିଲା ଦୈନିକ କୋରୋନା ସଂକ୍ରମଣ

ଭୁବନେଶ୍ୱର – ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ପୁଣି ହଜାରେ ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧ ହଜାର ୨୯ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୧୭୫ ଜଣ ହେଉଛନ୍ତି ୧୮ ବର୍ଷରୁ କମ ବୟସ୍କ। ସଙ୍ଗରୋଧରୁ ୬୦୩ ଓ ସ୍ଥାନୀୟ ଅଞ୍ଚଳରୁ ୪୨୭ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲାରୁ ୨୨୨, ଖୋର୍ଦ୍ଧାରୁ ୧୭୩, ସମ୍ବଲପୁରରୁ ୯୩, ମୟୂରଭଞ୍ଜରୁ ୭୦, କଟକରୁ ୬୮, ବରଗଡ଼ରୁ ୬୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅନୁଗୁଳରୁ ୧, ବାଲେଶ୍ଵରରୁ ୧୧, ଭଦ୍ରକରୁ ୧୦, ବଲାଙ୍ଗୀରରୁ ୨୭, ବୈ।ଦ୍ଧରୁ ୧୫, ଦେବଗଡ଼ରୁ ୫, ଢେଙ୍କାନାଳରୁ ୨, ଗଜପତିରୁ ୭, ଜଗତସିଂହପୁରରୁ ୬, ଯାଜପୁରରୁ ୧୫, ଝାରସୁଗୁଡ଼ାରୁ ୧୨, କଳାହାଣ୍ଡିରୁ ୩୮, କନ୍ଧମାଳରୁ ୨୨, କେନ୍ଦୁଝରରୁ ୧୧, କୋରାପୁଟରୁ ୧୩, ନବରଙ୍ଗପୁରରୁ ୨୮, ନୟାଗଡ଼ରୁ ୧୭, ନୂଆପଡ଼ାରୁ ୧୩, ପୁରୀରୁ ୮, ରାୟଗଡ଼ାରୁ ୧୪, ସମ୍ବଲପୁରରୁ ୯୩, ସୋନପୁରରୁ ୨୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟ ପୁଲରୁ ୩୯ଟି ମାମଲା ରିପୋର୍ଟ ହୋଇଛି । ରାଜ୍ୟରେ ଏବେ ୬ ହଜାର ୬୦୮ ସକ୍ରିୟ ମାମଲା ରହିଛି।

Comments are closed.