ଗର୍ଲଫ୍ରେଣ୍ଡ ବେକିଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେଲେ ପ୍ୟାଟ୍ କମିନ୍ସ

ସିଡନୀ: ଅଷ୍ଟ୍ରେଲିଆର ଟେଷ୍ଟ ଅଧିନାୟକ ପ୍ୟାଟ କମିନ୍ସ ତାଙ୍କ ଗର୍ଲଫ୍ରେଣ୍ଡ ବେକି ବୋଷ୍ଟନଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ପ୍ରାୟ ୬ ବର୍ଷ ପରସ୍ପରକୁ ଡେଟ୍ କରିବା ପରେ ଦୁହିଁଙ୍କ ନିର୍ବନ୍ଧ ୨୦୨୦ ରେ ସମ୍ପନ ହୋଇଥିଲା । କିନ୍ତୁ କୋଭିଡ-୧୯ ଯୋଗୁଁ ସେମାନଙ୍କ ବିବାହ ସ୍ଥଗିତ ରହିଥିଲା । ଏହାରି ଭିତରେ କମିନ୍ସ ଓ ବେକି ପିତାମାତା ହୋଇଥିଲେ । ଗତବର୍ଷ ଅକ୍ଟୋବରରେ ବେକି ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ |

ଅଷ୍ଟ୍ରେଲିଆର ଟେଷ୍ଟ ଦଳର ଅଧିନାୟକ ପ୍ୟାଟ୍ କମିନ୍ସ ତାଙ୍କ ପ୍ରେମିକା ବେକି ବୋଷ୍ଟନଙ୍କୁ ନ୍ୟୁ ସାଉଥ ୱେଲ୍ସ ରାଜ୍ୟର ଉପକୂଳବର୍ତ୍ତୀ ସହର ବରିୟାନ ବେରେ ବିବାହ କରିଛନ୍ତି। ଏହି ଦମ୍ପତିଙ୍କର ଏକ ୯ ମାସର ପୁଅ ମଧ୍ୟ ଅଛି, ଯାହାର ନାମ ଆଲବି | ଦୁହିଁଙ୍କ ନିର୍ବନ୍ଧ ଜୁନ୍ ୨୦୨୦ ରେ ହୋଇଥିଲା
। ପରିବାର ସଦସ୍ୟଙ୍କ ବ୍ୟତୀତ ଅଷ୍ଟ୍ରେଲୀୟ କ୍ରିକେଟ୍ ନାଥାନ୍ ଲିଅନ୍ ଏବଂ ତାଙ୍କ ପତ୍ନୀ ଏମା ମ୍ୟାକକାରି ମଧ୍ୟ ଏହି ବିବାହରେ ଉପସ୍ଥିତ ଥିଲେ। ଏଥି ସହିତ ଟ୍ରାଭିସ୍ ହେଡ୍ ମଧ୍ୟ ତାଙ୍କ ପତ୍ନୀଙ୍କ ସହ ବିବାହ ଉତ୍ସବରେ ଯୋଗ ଦେଇଥିଲେ।

ଯେଉଁ ବରିୟାନ ବେରେ କମିନ୍ସ-ବେକି ବିବାହ କରିଛନ୍ତି ସେହି ସ୍ଥାନ ହେଉଛି ଏକ ଆକର୍ଷଣୀୟ ପ୍ରିମିୟମ ପ୍ରପର୍ଟି ଏବଂ ଏଠାରେ ରାତି ରହଣୀ ଭଡ଼ା ହେଉଛି ୭,୦୦୦ ଡଲାରରୁ ଅଧିକ | ଏଠାରେ ଏକ ସୁଇମିଂ ପୁଲ୍, ଟେନିସ୍ କୋର୍ଟ ଏବଂ ଚାରିଟି ଶୟନ କକ୍ଷ ବ୍ୟତୀତ ଏହି ବଙ୍ଗଳାରେ ଅନେକ ଗେଷ୍ଟ ରୁମ୍ ଅଛି | ଏହା ହେଉଛି ସେହି ସ୍ଥାନ ଯେଉଁଠାରେ ହଲିଉଡ ସୁପରଷ୍ଟାର ମ୍ୟାଟ ଡେମନ୍ କରୋନାରେ ସଂକ୍ରମିତ ହେବା ପରେ ଚଳିତ ବର୍ଷ ଜାନୁଆରୀରେ ଆଇସୋଲେସନ ଦିନ ବିତାଇଥିଲେ। ସମୁଦ୍ର ଏହାର ନିକଟରୁ ସ୍ପଷ୍ଟ ଦେଖାଯାଏ |

କମିନ୍ସ ଏବଂ ବେକି ପ୍ରଥମେ ୨୦୧୩ରେ ପରସ୍ପରକୁ ଭେଟିଥିଲେ ଏବଂ ପ୍ରଥମ ସାକ୍ଷାତରେ ହିଁ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବଢିଥିଲା। ଏବଂ ଧୀରେ ଧୀରେ ସେମାନଙ୍କର ବନ୍ଧୁତା ପ୍ରେମରେ ପରିଣତ ହେଲା | ବେକି ବ୍ରିଟେନର ୟର୍କସାୟାର ସହରରୁ ଆସିଛନ୍ତି | କ୍ରିକେଟରେ ବ୍ରିଟେନ ଏବଂ ଅଷ୍ଟ୍ରେଲିଆ ହେଉଛନ୍ତି ଚିର ପ୍ରତିଦ୍ୱନ୍ଦ୍ବୀ | କିନ୍ତୁ ଏହା ସେମାନଙ୍କ ସମ୍ପର୍କରେ କେବେ ଅନ୍ତରାୟ ସୃଷ୍ଟି କରିନଥିଲା |

ବେକି ଏବଂ କମିନ୍ସଙ୍କ ମଧ୍ୟରେ କେବଳ ସୀମା ବ୍ୟବଧାନ ନାହିଁ, ବରଂ ଦୁହିଁଙ୍କ ମଧ୍ୟରେ ବଡ଼ ବୟସ ବ୍ୟବଧାନ ମଧ୍ୟ ଅଛି | ବେକି କମିନ୍ସଙ୍କ ଠାରୁ ୩ ବର୍ଷ ବଡ଼ | ପ୍ୟାଟ୍ କମିନ୍ସ ୮ ମଇ ୧୯୯୩ରେ ଜନ୍ମ ହୋଇଥିବାବେଳେ ବେକି ୧୭ ନଭେମ୍ବର ୧୯୯୦ରେ ଜନ୍ମ ହୋଇଥିଲେ।

Comments are closed.