ଅଗଷ୍ଟ ୪ ପର୍ଯ୍ୟନ୍ତ ଇଡି ହାଜତରେ ରହିବେ ସଞ୍ଜୟ ରାଉତ

ମୁମ୍ବାଇ: ଜମି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଶିବସେନା ନେତା ସଞ୍ଜୟ ରାଉତଙ୍କୁ ସୋମବାର ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟ ଅଗଷ୍ଟ ୪ ପର୍ଯ୍ୟନ୍ତ ଇଡି ହାଜତକୁ ପଠାଇଛନ୍ତି । ଇଡି ରାଉତଙ୍କ ୮ ଦିନ ରିମାଣ୍ଡ ପାଇଁ ଆବେଦନ କରିଥିଲା । ତେବେ ରାଉତଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ଦୃଷ୍ଟିରେ ରଖି କୋର୍ଟ ମଧ୍ୟ କିଛି ନିର୍ଦ୍ଦିଷ୍ଟ ନିର୍ଦ୍ଦେଶ ଦେଇଛନ୍ତି।

ପାତ୍ରା ଚଲ୍ ଜମି ଦୁର୍ନୀତି ମାମଲାରେ ସଞ୍ଜୟ ରାଉତଙ୍କୁ ପ୍ରାୟ ୬ ଘଣ୍ଟା ଜେରା ପରେ ଇଡି ତାଙ୍କୁ ଶନିବାର ବିଳମ୍ବିତ ରାତିରେ ଗିରଫ କରିଥିଲା। ଏହାପୂର୍ବରୁ ଇଡି ଟିମ୍ ରାଉତଙ୍କ ଘରେ ଚଢ଼ାଉ କରି ଛାନଭିନ୍ କରିଥିଲା ।

Comments are closed.