କେରଳରେ ପଞ୍ଚମ ମଙ୍କିପକ୍ସ ମାମଲା ଚିହ୍ନଟ

କୋଜିକୋଡ: ମଙ୍କିପକ୍ସ ଆକ୍ରାନ୍ତ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବାର କିଛି ଦିନ ପରେ କେରଳରେ ଏହି ରୋଗର ଆଉ ଏକ ମାମଲା ଚିହ୍ନଟ ହୋଇଛି। ୟୁଏଇରୁ ଫେରିଥିବା ଜଣେ ବ୍ୟକ୍ତିଙ୍କ ରିପୋର୍ଟ ପଜିଟିଭ୍ ହୋଇଛି | ରାଜ୍ୟରେ ମଙ୍କିପକ୍ସର ଏହା ହେଉଛି ପଞ୍ଚମ ମାମଲା ଏବଂ ଦେଶର ସପ୍ତମ ।

କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି ଯେ ୩୦ ବର୍ଷ ବୟସ୍କ ଆକ୍ରାନ୍ତ ବ୍ୟକ୍ତି ମାଲାପୁରାମରେ ଚିକିତ୍ସିତ ହେଉଛନ୍ତି।

ମନ୍ତ୍ରୀ କହିଛନ୍ତି ଯେ ସେ ଜୁଲାଇ ୨୭ରେ ୟୁଏଇରୁ ଆକ୍ରାନ୍ତ ବ୍ୟକ୍ତି ଜଣକ କୋଜିକୋଡ ବିମାନବନ୍ଦରରେ ପହଞ୍ଚିଥିଲେ । ବର୍ତ୍ତମାନ ମାଲାପୁରମର ମଞ୍ଜରୀ ମେଡିକାଲ କଲେଜରେ ସେ ଚିକିତ୍ସିତ ହେଉଛନ୍ତି।

ସେପଟେ ମଙ୍କିପକ୍ସ ପଜିଟିଭ୍ ଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ରାଜ୍ୟର ଥ୍ରୀଶୂର ଜିଲ୍ଲାରେ ୨୦ ଜଣଙ୍କୁ କ୍ବାରେଣ୍ଟାଇନ କରାଯାଇଛି ବୋଲି ଅଧିକାରୀମାନେ କହିଛନ୍ତି।

Comments are closed.