ଚୀନ୍‌ର ଚେତାବନୀ ସତ୍ତ୍ଵେ ତାଇୱାନରେ ପହଞ୍ଚିଲେ ଆମେରିକା କଂଗ୍ରେସ ବାଚସ୍ପତି ନାନ୍ସି ପେଲୋସି

ତାଇପେଇ: ଚୀନ୍‌ର ଚେତାବନୀ ସତ୍ତ୍ଵେ ଆମେରିକା କଂଗ୍ରେସ ବାଚସ୍ପତି ନାନ୍ସି ପେଲୋସି ତାଇୱାନରେ ପହଞ୍ଚିଛନ୍ତି।

ବାଚସ୍ପତି ନାନ୍ସି ପେଲୋସି ଏବଂ କଂଗ୍ରେସ ପ୍ରତିନିଧୀ ସଦସ୍ୟମାନେ ତାଇୱାନରେ ପହଞ୍ଚିବା ପରେ ଏକ ବିବୃତ୍ତି ଦେଇ କହିଛନ୍ତି ଯେ ଆମର କଂଗ୍ରେସ ପ୍ରତିନିଧୀଙ୍କ ତାଇୱାନ ଗସ୍ତ ଏଠାରେ ଏକ ଜୀବନ୍ତ ଗଣତନ୍ତ୍ରକୁ ସମର୍ଥନ କରିବା ପାଇଁ ଆମେରିକାର ନିରନ୍ତର ପ୍ରତିବଦ୍ଧତାକୁ ଦର୍ଶାଉଛି।

“ଏହା ଆମର ଭାରତ-ପ୍ରଶାନ୍ତ ମହାସାରୀୟ ଗସ୍ତର ଏକ ଅଂଶ ଯେଉଁଥିରେ ସିଙ୍ଗାପୁର, ମାଲେସିଆ, ଦକ୍ଷିଣ କୋରିଆ ଏବଂ ଜାପାନ ଅନ୍ତର୍ଭୁକ୍ତ। ଏହି ଗସ୍ତରେ ସୁରକ୍ଷା, ଅର୍ଥନୈତିକ ଭାଗିଦାରୀ ଏବଂ ଗଣତାନ୍ତ୍ରିକ ଶାସନ ଉପରେ ଗୁରୁତ୍ୱ ଦିଆଯାଇଛି।”

ଏହି ବିବୃତ୍ତିରେ କୁହାଯାଇଛି ଯେ ତାଇୱାନର ନେତୃତ୍ୱ ସହ ଆଲୋଚନା ଏକ ଖୋଲା ଇଣ୍ଡୋ-ପାସିଫିକ ମହାସାଗରୀୟ ଅଞ୍ଚଳ ସହ ସାଧାରଣ ସ୍ୱାର୍ଥକୁ ପ୍ରୋତ୍ସାହିତ କରିବା।

ଆମେରିକା କହିଛି ଯେ ତାଇୱାନର ୨ କୋଟି ୩୦ ଲକ୍ଷ ଲୋକଙ୍କ ସହ ଆମେରିକାର ଏକତା ଆଜି ପୂର୍ବାପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ । ଯଥା ସ୍ଥିତି ପରିବର୍ତ୍ତନ କରିବାକୁ ଏକପାଖିଆ ପ୍ରୟାସକୁ ଆମେରିକା ବିରୋଧ କରୁଛି।

ତାଇୱାନ ନାନ୍ସି ପେଲୋସିଙ୍କ ଗସ୍ତକୁ ସ୍ୱାଗତ କରିଛି ଏବଂ ଏଥିପାଇଁ ଆମେରିକାର କଂଗ୍ରେସ ପ୍ରତିନିଧୀ ଦଳକୁ ଧନ୍ୟବାଦ ଜଣାଇଛି।

ଏହି ଗସ୍ତକୁ ନେଇ ଚୀନ୍ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଚୀନ୍ କହିଛି ଯେ ଯେ ତାଇୱାନ ସଂଲଗ୍ନ ଅଞ୍ଚଳରେ ଗୁରୁବାର ଠାରୁ ଏହା ସାମରିକ ଅଭ୍ୟାସ କରିବ।

ଏହାପୂର୍ବରୁ ଚୀନ୍ ଦୂତାବାସ କହିଥିଲା ​​ଯେ ଯଦି ପେଲୋସି ତାଇୱାନ ଯାଆନ୍ତି ତେବେ ଏହାର ପରିଣାମ ଆମେରିକାକୁ ଭୋଗିବାକୁ ପଡ଼ିବ।

Comments are closed.