କ୍ରୀଡା ଶିକ୍ଷକଙ୍କ ବିପୁଳ ସଂପତ୍ତି ଠାବ କଲା ଭିଜିଲାନ୍ସ

ବ୍ରହ୍ମପୁର – ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଫସିଥିବା ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ ଜୟନ୍ତୀପୁର ଦିବ୍ୟସିଂହ ବିଦ୍ୟାପୀଠ କ୍ରୀଡ଼ା ଶିକ୍ଷକ ଜନାର୍ଦ୍ଦନ ସାହୁଙ୍କ ବିପୁଳ ସଂପତ୍ତି ଠାବ ହୋଇଛି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଇଜି ପିଇଟି ଶିକ୍ଷକ ଜନାର୍ଦ୍ଦନ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ସାହୁଙ୍କ ୧୧ଟି ଠିକଣାରେ ଏକକାଳୀନ ଚଢ଼ାଉ ହୋଇଛି । ବ୍ରହ୍ମପୁର ଘର ସହ ଜନାର୍ଦ୍ଦନଙ୍କ ପେଟ୍ରୋଲ ପମ୍ପ ଓ ଗ୍ୟାସ୍ ଗୋଦାମରେ ରେଡ୍ ହୋଇଥିଲା ।

ଜନାର୍ଦ୍ଦନ ସାହୁଙ୍କର ୬ଟି କୋଠା, ବିପୁଳ ସୁନାଗହଣା ଓ ଗାଡ଼ି ଠାବ କରିଛି ଭିଜିଲାନ୍ସ । ଜୟନ୍ତୀପୁରରେ ୪ଟି ଦୋକାନ ଘର, ବ୍ରହ୍ମପୁରରେ ୭ଟି ଦୋକାନ ଘର ଥିବା ଗୋଟିଏ ମାର୍କେଟ କଂପ୍ଲେକ୍ସ ଠାବ କରିଛି ।

Comments are closed.