ବୌଦ୍ଧ: ବ୍ୟାପକ ଟେକ୍ସ ଫାଙ୍କିବା ଅଭିଯୋଗରେ ବୌଦ୍ଧ ସହର ସ୍ଥିତ ସିଦ୍ଧି ବିନାୟକ ଟେକ୍ସଟାଇଲ୍ ଓ ସିଙ୍ଘଲ୍ ଆଣ୍ଡ ସିଙ୍ଘଲ୍ ଟେକ୍ସଟାଇଲ୍ ରେ ସମ୍ବଲପୁର ସିଟି ଆଣ୍ଡ ଜିଏସଟି ବିଭାଗ ପକ୍ଷରୁ ୧୨ ଜଣିଆ ଟିମ ଏକକାଳୀନ ଚଢ଼ଉ କରାଯାଇଛି । ବିପୁଳ ଜିଏସଟି ଠକେଇ କରିଥିବା ଅଭିଯୋଗରେ ଏହି ଚଢଉ କରାଯାଇଛି । ଦୁଇଟି ସ୍ଥାନରେ କାଗଜ ପତ୍ର ଯାଞ୍ଚ କରାଯାଉଛି ।ବ୍ୟବସାୟିକ ଅର୍ଥନୈତିକ କାରବାର ଅନୁଯାୟୀ ସଠିକ୍ ପରିମାଣର କର ପୈଠ ନକରି କର ଫାଙ୍କୁଥିବା ଅଭିଯୋଗ ପାଇ ଶୁକ୍ରବାର ଉଭୟ ସ୍ଥାନରେ ଚଢାଉ କରିଛି । ତେବେ କେତେ ପରିମାଣର ଜିଏସଟି ଠକେଇ ହୋଇଛି ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ । ଅନ୍ୟପଟେ ବହୁ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ଯାଞ୍ଚ ଚାଲିଛି ଏବଂ ଯାଞ୍ଚ ପ୍ରକ୍ରିୟା ସରିଲେ ସଠିକ୍ ଠକେଇ ପରିମାଣ ଜଣାପଡ଼ିବ ବୋଲି ବିଭାଗର ଡେପୁଟି କମିଶନର ଜଗତପାଲ ସେଠ ସୂଚନା ଦେଇଛନ୍ତି ।
Comments are closed.