ଓଡ଼ିଶାରେ କେନ୍ଦ୍ର ଗୃହମନ୍ତ୍ରୀ, ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ

ଭୁବନେଶ୍ୱର – ଓଡ଼ିଶା ଗସ୍ତରେ ଆସିଥିବା ଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ଶାହା । ଗତକାଲି ସଂଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିଥିଲେ କେନ୍ଦ୍ର ଗୃହ ମନ୍ତ୍ରୀ । ଆଜି ଶ୍ରାବଣ ମାସର ଶେଷ ସୋମବାରରେ
ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବେ ଅମିତ ଶାହ । ଏହାପରେ କଟକ ଯାଇ ସେ ନେତାଜୀଙ୍କ ଜନ୍ମପୀଠ ପରିଦର୍ଶନ କରିବେ।

ଏହାପରେ ପ୍ରଜାତନ୍ତ୍ର ଖବର କାଗଜର ୭୫ତମ ପ୍ରତିଷ୍ଠା ଦିବସ ଅବସରରେ କଟକ ଇନଡୋର ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ କେନ୍ଦ୍ର ଗୃହମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏଥିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସନ୍ଧ୍ୟା ୬ଟା୧୫ରେ ଭୁବନେଶ୍ବର ଛାଡ଼ିବେ ଅମିତ ଶାହ । ଅମିତ ଶାହଙ୍କ ଗସ୍ତକୁ ଦୃଷ୍ଟିରେ ରଖି କଟକ ଓ ଭୁବନେଶ୍ବର ୨୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।

Comments are closed.