ଗଣମାଧ୍ୟମ ରାଜନୀତି ଅପେକ୍ଷା ଲୋକଙ୍କ ପ୍ରକୃତ ପ୍ରସଙ୍ଗକୁ ପ୍ରାଥମିକତା ଦେବା ଉଚିତ: ମୁଖ୍ୟମନ୍ତ୍ରୀ

କଟକ- ଲୋକଙ୍କ ବିଶ୍ୱାସ ଆଧାରରେ ଗଣମାଧ୍ୟମ ଚାଲିଥାଏ । ତେଣୁ ଗଣମାଧ୍ୟମ ରାଜନୀତି ଅପେକ୍ଷା ଲୋକଙ୍କ ପ୍ରକୃତ ପ୍ରସଙ୍ଗକୁ ପ୍ରାଥମିକତା ଦେବା ଉଚିତ। ଗଣମାଧ୍ୟମ ମୁଖ୍ୟତଃ ଲୋକଙ୍କ ସ୍ୱର ହେବା ଉଚିତ ବୋଲି ଦୈନିକ ପ୍ରଜାତନ୍ତ୍ରର ୭୫ ତମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ସାମିଲ ହୋଇ ନିଜ ଅଭିଭାଷଣରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଗଣତାନ୍ତ୍ରିକ ସମାଜରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଆମର ମହାନ ସଂସ୍କୃତି, ଐତିହ୍ୟ ମୂଲ୍ୟବୋଧକୁ ବଜାୟ ରଖିବା, ଜାତୀୟ ସଂହତି ଓ ସାଂପ୍ରଦାୟିକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି କରିବାରେ ଗଣମାଧ୍ୟମର ଦାୟିତ୍ୱ ହେବା ଉଚିତ । କୌଣସି ଭୟ କିମ୍ବା ଅନୁରାଗ ବିନା ଗଣମାଧ୍ୟମ ଏହାର କର୍ତ୍ତବ୍ୟ ପାଳନ କରିବା ଉଚିତ । ଭାରତ ବିଭିନ୍ନ ଘାତ ପ୍ରତିଘାତକୁ ସାମ୍ନା କରିଥିଲେ ମଧ୍ୟ ଏହି ୭୫ ବର୍ଷ ମଧ୍ୟରେ ନିଜର ଗଣତାନ୍ତ୍ରିକ ମୂଲ୍ୟବୋଧକୁ ବଞ୍ଚାଇ ରଖିବାରେ ସଫଳ ହୋଇଛି । ଏକ ଗଣତାନ୍ତ୍ରିକ ମୂଲ୍ୟବୋଧ ଦ୍ୱାରା ଆମ ଦେଶ ପରିଚାଳିତ ହେଉଛି ।ସତ୍ୟ ଓ ଅହିଂସା ହେଉଛି ଆମର ମୁଖ୍ୟ ନୀତି ଆଦର୍ଶ । ସ୍ୱାଧୀନତା ସଂଗ୍ରାମ ଆମକୁ ଏହି ଆଦର୍ଶ ଶିଖିଛୁ । ଆମେ ସ୍ୱାଧୀନତାର ୭୫ ବର୍ଷରେ ଆମ ଦେଶର ସାମ୍ବିଧାନିକ ଗଣତନ୍ତ୍ର ବ୍ୟବସ୍ଥାକୁ ପ୍ରତ୍ୟେକ ସ୍ତରରେ ଆଗକୁ ବଢାଇବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।

Comments are closed.