ଭୁବନେଶ୍ୱର – ଆଜିଠୁ ଆରମ୍ଭ ହେବ ଯୁକ୍ତ ତିନିରେ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା । ଏହା ଅଗଷ୍ଟ ୨୫ ତାରିଖ ଯାଏଁ ଚାଲିବ । ଦିନ ୧୧ଟାରୁ ସାମ୍ସ ପୋର୍ଟାଲ ଜରିଆରେ ଅନଲାଇନରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଏହିମାସ ୩୧ ତାରିଖରେ ପ୍ରକାଶ ପାଇବ ପ୍ରଥମ ମେରିଟ୍ ଲିଷ୍ଟ । ସେପ୍ଟେମ୍ବର ୨ରୁ ୫ ତାରିଖ ପର୍ଯ୍ୟନ୍ତ ହେବ ପ୍ରଥମ ପର୍ଯ୍ୟାୟ ନାମଲେଖା । ସେପ୍ଟେମ୍ବର ୧୧ରେ ପ୍ରକାଶ ପାଇବ ଦ୍ୱିତୀୟ ମେରିଟ୍ ଲିଷ୍ଟ । ସେପ୍ଟେମ୍ବର ୧୨ରୁ ୧୪ ଯାଏ ହେବ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ।
ଦୁଇ ପର୍ଯ୍ୟାୟ ନାମଲେଖା ପରେ ବଳକା ସିଟ୍ ତାଲିକା ପ୍ରକାଶ କରିବ ଉଚ୍ଚଶିକ୍ଷା ବିଭାଗ । ସାମ୍ସ ଓ୍ୱେବସାଇଟରେ ଉପଲବ୍ଧ ହେବ ବଳକା ସିଟ୍ ତାଲିକା । ବଳକା ସିଟରେ ସ୍ପଟ ଆଡମିଶନ ପାଇଁ ଅଗଷ୍ଟ ୧୯ରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଯେଉଁ ଛାତ୍ରଛାତ୍ରୀମାନେ ୧୧ ତାରିଖରେ କମନ ଆପ୍ଲିକେସନ ଫର୍ମ ପୂରଣ କରିଥିବେ ସେହି ଛାତ୍ରୀଛାତ୍ରୀ ହିଁ ସ୍ପଟ୍ ଆଡମିଶନରେ ଅଂଶ ଗ୍ରହଣ କରିପାରିବେ ।
Comments are closed.