ଜମ୍ମୁ-କାଶ୍ମୀର: ରଜୌରୀରେ ସେନା କ୍ୟାମ୍ପ ଉପରେ ଆକ୍ରମଣ, ତିନି ଯବାନ ସହିଦ୍, ଦୁଇ ଆତଙ୍କବାଦୀ ନିହତ

ଶ୍ରୀନଗର: ଆଜି ସକାଳେ ଜମ୍ମୁ କାଶ୍ମୀରର ରଜୌରୀ ଜିଲ୍ଲାର ଦରହାଲ ଅଞ୍ଚଳରେ ଏକ ଭାରତୀୟ ସେନା କ୍ୟାମ୍ପ ଉପରେ ଆକ୍ରମଣ ଉଦ୍ୟମ ହୋଇଛି । ଏହି ସମୟରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ତିନି ଜଣ ସେନା ଯବାନ ସହିଦ ହୋଇଛନ୍ତି । ଦୁଇ ଆତଙ୍କବାଦୀ ମଧ୍ୟ ନିହତ ହୋଇଛନ୍ତି।

ଜମ୍ମୁର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ମୁକେଶ ସିଂ ଏକ ବିବୃତ୍ତିରେ କହିଛନ୍ତି ଯେ ସେନା କ୍ୟାମ୍ପ ଦରହାଲ ପୋଲିସ ଷ୍ଟେସନଠାରୁ ପ୍ରାୟ ୬ କିଲୋମିଟର ଦୂରରେ ଅବସ୍ଥିତ। ଆତଙ୍କବାଦୀ ମାନେ ଏହି କ୍ୟାମ୍ପ ଭିତରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ସେନା ଯବାନଙ୍କ ସହ ସେମାନଙ୍କ ଗୁଳି ବିନିମୟ ହୋଇଥିଲା।

ଉକ୍ତ ସ୍ଥାନକୁ ଅତିରିକ୍ତ ସୁରକ୍ଷା ବାହିନୀ ପଠାଯାଇଛି ଏବଂ ସର୍ଚ୍ଚ ଅପରେସନ ଜାରି ରହିଛି।

Comments are closed.