ରାଜ୍ୟରେ ଆଉ ୫୩୦ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୫୩୦ କୋରୋନା ଆକ୍ରାନ୍ତ। ଏମାନଙ୍କ ମଧ୍ୟରେ ୧୨୩ ଜଣ ହେଉଛନ୍ତି ୧୮ ବର୍ଷରୁ କମ ବୟସ୍କ । ସଙ୍ଗରୋଧରୁ ୩୧୧ ଓ ସ୍ଥାନୀୟ ଅଞ୍ଚଳରୁ ୨୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅନୁଗୁଳରୁ ୧, ବାଲେଶ୍ଵରରୁ ୧୦, ବରଗଡ଼ରୁ ୧୯, ଭଦ୍ରକରୁ ୧, ବଲାଙ୍ଗୀରରୁ ୨୮, ବୈ।ଦ୍ଧରୁ ୩୪, କଟକରୁ ୧୪, ଦେବଗଡ଼ରୁ ୪, ଢେଙ୍କାନାଳରୁ ୧, ଗଜପତିରୁ ୮, ଜଗତସିଂହପୁରରୁ ୩, ଯାଜପୁରରୁ ୧୩, ଝାରସୁଗୁଡ଼ାରୁ ୫, କଳାହାଣ୍ଡିରୁ ୭, କନ୍ଧମାଳରୁ ୪, କେନ୍ଦ୍ରାପଡ଼ାରୁ ୨, କେନ୍ଦୁଝରରୁ ୭, ଖୋର୍ଦ୍ଧାରୁ ୬୫, କୋରାପୁଟରୁ ୧୦, ମୟୂରଭଞ୍ଜରୁ ୨୧, ନବରଙ୍ଗପୁରରୁ ୮, ନୟାଗଡ଼ରୁ ୧୭, ପୁରୀରୁ ୪, ରାୟଗଡାରୁ ୮, ସମ୍ବଲପୁର ୪୪, ସୋନପୁରରୁ ୧୧, ସୁନ୍ଦରଗଡ଼ରୁ ୧୬୫ ନୂଆ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟ ପୁଲରୁ ୧୬ ମାମଲା ରିପୋର୍ଟ ହୋଇଛି । ରାଜ୍ୟରେ ଏବେ ସକ୍ରିୟ ମାମଲା ୪ ହଜାର ୬୮୭ ରହିଛି।

Comments are closed.