ଇଣ୍ଡିଆ ଟୁଡେ ‘ମୁଡ୍ ଅଫ ଦି ନେସନ’ ସର୍ଭେ : ଲୋକପ୍ରିୟତାରେ ନବୀନ ପୁଣି ନମ୍ବର ୱାନ୍

ଭୁବନେଶ୍ୱର- ଲୋକପ୍ରିୟତାର ଶୀର୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିର୍ମଳ ଭାବମୂର୍ତ୍ତି ଓ ସୁଶାସନ ନବୀନଙ୍କୁ ସବୁବେଳେ ଲୋକପ୍ରିୟ କରିଛି । ଜାତୀୟ ରାଜନୀତିରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ନବୀନ ପଟ୍ଟନାୟକ ପୁଣି ଥରେ ନମ୍ବର ୱାନ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ନିଜ ରାଜ୍ୟରେ ନବୀନ ପଟ୍ଟନାୟକ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ । ନବୀନଙ୍କ ଉପରେ ଜନସାଧାରଣଙ୍କ ଅତୁଟ ଆସ୍ଥା ବଜାୟ ରହିଛି ।

ଇଂରାଜୀ ଦୈନିକ ଇଣ୍ଡିଆ ଟୁଡେର ‘ମୁଡ୍ ଅଫ ନେସନ’ ସର୍ଭେରୁ ଏହା ଜଣାପଡିଛି । ସର୍ଭେ ଅନୁସାରେ ନବୀନ ପଟ୍ଟନାୟକ ୭୮ ପ୍ରତିଶତ ସହ ପ୍ରଥମ ସ୍ଥାନରେ ରହିଛନ୍ତି । କୈ।ଣସି ମୁଖ୍ୟମନ୍ତ୍ରୀ ନିଜ ରାଜ୍ୟର ସର୍ବାଧିକ ବ୍ୟକ୍ତିଙ୍କ ପସନ୍ଦ ଭାବେ ନବୀନ ପଟ୍ଟନାୟକ ଏକ ନମ୍ବର ସ୍ଥାନ ହାସଲ କରିଛନ୍ତିି। ଏହି ତାଲିକାରେ ୬୩ ପ୍ରତିଶତ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତବିଶ୍ୱ ଶର୍ମା । ୬୧ ପ୍ରତିଶତ ସହ ତୃତୀୟ ସ୍ଥାନରେ ଅଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ ।

ଇଣ୍ଡିଆ ଟୁଡେର ଗତ ମୁଡ୍ ଅଫ ଦି ନେସନ ସର୍ଭେରେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ନମ୍ବର ସ୍ଥାନରେ ଥିଲେ । ଏଥର ତ ନବୀନଙ୍କ ଲୋକପ୍ରିୟତା ପ୍ରତିଶତ ଆହୁରି ବଢ଼ିଛି ।

Comments are closed.