ଆଜି ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଦୁଇ ଜଳସେଚନ ପ୍ରକଳ୍ପର କରିବେ ଲୋକାର୍ପଣ

ବାରିପଦା -ଆଜି ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଂକ୍ଷିପ୍ତ ଗସ୍ତରେ ଜିଲ୍ଲାରେ ଦୁଇଟି ପ୍ରକଳ୍ପ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ହେଲିକ୍ୟାପ୍ଟର ଯୋଗେ ଦିନ ୧୧ଟା ବେଳେ ପ୍ରଥମେ କରଞ୍ଜିଆରେ ପହଞ୍ଚି ଦେଓ ଜଳସେଚନ ପ୍ରକଳ୍ପର ଉଦଘାଟନ କରିବେ ।

ସୂଚନା ଅନୁଯାୟୀ, କରଞ୍ଜିଆ ବ୍ଲକର ହାତିବାରୀଠାରେ ଦେଓ ପ୍ରକଳ୍ପ ଓ ରାସଗୋବିନ୍ଦପୁର ବ୍ଲକର ଟିକପଦା ଠାରେ ସୁବର୍ଣ୍ଣରେଖା ପ୍ରକଳ୍ପକୁ ଚାଷୀଙ୍କ ପାଇଁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ।ରାସଗୋବିନ୍ଦପୁରଠାରେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପକୁ ଲୋକାର୍ପିତ କାର୍ଯ୍ୟକ୍ରମ ରହିଥିବା ବେଳେ କରଞ୍ଜିଆ ଠାରେ ଦେଓ ଜଳସେଚନ ପ୍ରକଳ୍ପକୁ କରିବେ ଲୋକାର୍ପିତ । ପ୍ରଥମେ କରଞ୍ଜିଆ ହାତିବାରୀ ଠାରେ ଦେଓ ପ୍ରକଳ୍ପ ଲୋକାର୍ପିତ ହେବ । ଏହି ପ୍ରକଳ୍ପ ଦ୍ଵାରା କରଞ୍ଜିଆ ଉପଖଣ୍ଡ ସମେତ କେନ୍ଦୁଝର ଜିଲ୍ଲାର ୯୯୦୦ ହେକ୍ଟର ଚାଷଜମି ଜଳସେଚିତ ହେବ ।

ଆଜି ମୁଖ୍ୟମନ୍ତ୍ରୀ ପ୍ରଥମେ କରଞ୍ଜିଆ ଠାରେ ଦିନ ୧୧ଟାରେ ଘଟିକା ହେଲିକପ୍ଟର ଯୋଗେ ପହଞ୍ଚି ଦେଓ ପ୍ରକଳ୍ପର ଉଦଘାଟନ କରିବେ। ମୁଖ୍ୟମନ୍ତ୍ରୀଙ୍କ ସହ ସେଠାରେ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ, ରାଜ୍ୟସଭା ସାଂସଦ ମମତା ମହାନ୍ତ, ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ରହିବେ । ଏହାପରେ ମୁଖ୍ୟମନ୍ତ୍ରୀ ରାସଗୋବିନ୍ଦପୁର ବ୍ଲକ ଟିକପଡା ଠାରେ ସୁବର୍ଣ୍ଣରେଖା ପ୍ରକଳ୍ପ ଉଦଘାଟନ କରିବେ। ଏଠାରେ ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ, ଓଡିଶା ସରକାରଙ୍କ ଜଳ ସମ୍ପଦ ବିଭାଗର ମନ୍ତ୍ରୀ ଟୁକୁନି ସାହୁ, ବାଙ୍ଗରିପୋଷି ବିଧାୟକ ସୁଦାମ ମାରାଣ୍ଡି, ମୋରଡ଼ା ବିଧାୟକ ରାଜକିଶୋର ଦାସ, ଜିଲ୍ଲା ପରିଷଦ ସଭାପତି ଭାରତୀ ହାଁସଦା ପ୍ରମୁଖ ଉପସ୍ଥିତ ରହିବେ ।

Comments are closed.