ସ୍ବଭାବ କବି ଗଙ୍ଗାଧର ଜୟନ୍ତୀ ପାଳନ

ବରଗଡ଼: ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଆଜି ୧୬୧ତମ ଜୟନ୍ତୀ। ବିଭିନ୍ନ ସ୍ଥାନରେ ଏହି ସମାରୋହକୁ ଉତ୍ସାହର ସହ ପାଳନ କରାଯାଉଛି।

ଏହି ଅବସରରେ ଶୁକ୍ରବାର କବି ଗଙ୍ଗାଧରଙ୍କ ଜନ୍ମମାଟି ବରଗଡ଼ ଜିଲ୍ଲା ବରପାଲିରୁ ଗଙ୍ଗାଧର ଜ୍ୟୋତିଯାତ୍ରା ବାହାରିଛି। ସକାଳେ କବି ଭବନରେ ବୟନ ଶିଳ୍ପ ମନ୍ତ୍ରୀ ରୀତା ସାହୁ ଜ୍ୟୋତି ପ୍ରଜ୍ଜ୍ବଳନ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଏହା ପରେ ଏହି ଯାତ୍ରା ବରଗଡ଼ ଅଭିମୁଖେ ବାହାରିଥିଲା। ବରଗଡ଼ ଆସିବା ବାଟରେ ଗଙ୍ଗାଧର ଜ୍ୟୋତିଯାତ୍ରାକୁ ବିଭିନ୍ନ ସ୍ଥାନରେ ସମ୍ମାନ ଓ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏଥିରେ ଅଞ୍ଚଳର ସାହିତ୍ୟପ୍ରେମୀ, ଖବରଦାତା, ସଚେତନ ନାଗରିକ, ବୁଦ୍ଧିଜୀବୀ ଏବଂ ଛାତ୍ରୀଛାତ୍ର ସାମିଲ ଥିଲେ। ଜ୍ୟୋତିଯାତ୍ରା ପହଞ୍ଚିବା ପରେ ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲରେ ଏକ ସାରସ୍ବତ ସଭା ଅନୁଷ୍ଠିତ ହୋଇଥିଲା।

ସେହିପରି ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ମନୀଷା ବାନାର୍ଜୀ ଗୋଶାଳା ଛକ ସ୍ଥିତ କବିଙ୍କ ପ୍ରତି ମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ। ଏ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ, ଜିଲ୍ଲା ସଂସ୍କୃତି ଅଧିକାରୀ, ପୈାର ପରିଷଦ ର ନିର୍ବାହୀ ଅଧିକାରୀ ନାରାୟଣ ଦଣ୍ଡସେନା, ମେହେର ସମାଜର ସଭାପତି, ସମ୍ପାଦକ ପ୍ରମୁଖ ବହୁ ବ୍ୟକ୍ତି ଉପସ୍ଥିତ ରହି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।

Comments are closed.