ଜନ୍ମଭୂମିରେ ରାଜ୍ୟସ୍ତରୀୟ ଗଙ୍ଗାଧର ଜୟନ୍ତୀ ପାଳନ

ବରଗଡ଼: ବରଗଡ଼ ଜିଲ୍ଲା ବରପାଲି ସ୍ଥିତ ଗଙ୍ଗାଧର କ୍ଲବ ଠାରେ ସାହିତ୍ୟ ଏକାଡେମୀ ଓ ଗଙ୍ଗାଧର ମେହେର କ୍ଲବ ଆନୁକୂଲ୍ୟରେ 160 ତମ ରାଜ୍ୟସ୍ତରୀୟ ଗଙ୍ଗାଧର ମେହେର ଜୟନ୍ତୀ ସମାରୋହ ପାଳିତ ହୋଇଛି l

କାର୍ଯ୍ୟକ୍ରମରେ ବୟନଶିଳ୍ପ ମନ୍ତ୍ରୀ ରୀତା ସାହୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ସାଂସଦ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ l ସେହିପରି ମୁଖ୍ୟବକ୍ତା ଡ଼ କୃଷ୍ଣକେଶବ ଷଡ଼ଙ୍ଗୀ ଯୋଗଦେଇ କବିଙ୍କୁ ଏକ ସ୍ୱାଧୀନ ଚେତାର ଏକ ଉତ୍ସ ବୋଲି ବକ୍ତବ୍ୟ ରଖିଥିଲେ l ଗଙ୍ଗାଧର କ୍ଲବ ସଭାପତି ଘନଶ୍ୟାମ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ପରିଚାଳିତ ହୋଇଥିଲା l ସମ୍ପାଦକ ଆନନ୍ଦ ମେହେର, ପରିଚୟ ପ୍ରଦାନ କରିଥିଲେ l ଅଧ୍ୟାପକ ବିନୋଦାନନ୍ଦ ସାହୁ ସ୍ୱାଗତ କରିଥିଲେ l ସମ୍ମାନିତ ଅତିଥି ଭାବେ ଏନ ଏସି ଅଧ୍ୟକ୍ଷ ଦିନେଶ ଗହୀର, ଡ କୃଷ୍ଣକେଶବ ଷଡ଼ଙ୍ଗୀ,ଡ ଶୁକମୁନି ମେହେର, ମେଜର ଚିନ୍ତାମଣି ଭାରତୀ ପ୍ରମୁଖ ମଞ୍ଚାସୀନ ଥିଲେ l ନିମନ୍ତ୍ରିତ ଅତିଥି ମାନେ କବିଙ୍କ ରଚିତ କବିତା ତଥା ମହାକାବ୍ୟ ଉପରେ ବର୍ଣନା କରିଥିଲେ l ବିନୋଦନ୍ଦ ସାହୁ ସ୍ୱାଗତ ଓ ସୂଚନା ଜଣାଇଥିବା ବେଳେ କ୍ଲବ ସମ୍ପାଦକ ଆନନ୍ଦ ମେହେର ପରିଚୟ ପ୍ରଦାନ କରିଥିଲେ l ଲିଟିଲ ଏଞ୍ଜେଲ ସ୍କୁଲର ଛାତ୍ରଛାତ୍ରୀମାନେ ସଂଗୀତଗାନ କରିଥିଲେ l ଏହି ଅବସରରେ ଗଙ୍ଗାଧର କ୍ଲବ ତରଫରୁ ହରିପ୍ରିୟା ମୁଣ୍ଡ ସ୍ମାରକୀ ଗଙ୍ଗାଧର ସମ୍ମାନ ବିଶିଷ୍ଟ ସାହିତ୍ୟିକ ଡ଼ ଛାୟାକାନ୍ତ ଷଡ଼ଙ୍ଗୀକୁ ପ୍ରଦାନ କରାଯାଇଥିଲା l ପରିଶେଷରେ ବାଳକିଶୋର ଖାଡ଼ଙ୍ଗା ଧନ୍ୟବାଦ ଦେଇଥିଲେ l

Comments are closed.