ସମ୍ବଲପୁରୀ ବାନ୍ଧରେ ଆଜାଦୀ କା ଅମୃତ ମହୋତ୍ସବ’ର ଝଲକ

ସୁବର୍ଣ୍ଣପୁର: ଆଜାଦୀ କା ଅମୃତ ମହୋତ୍ସବ ଏବଂ ୭୬ତମ ସ୍ବାଧୀନତା ଦିବସ ପାଳନ ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରର ଶାନ୍ତିଲତା ମେହେର ବାନ୍ଧ କଳାର ଏକ ସମ୍ବଲପୁରୀ କପଡାରେ ପଟ୍ଟଚିତ୍ର ତିଆରି କରିଛନ୍ତି । ଦୀର୍ଘ ଏକ ମାସ ଧରି ପରିବାର ସଦସ୍ୟଙ୍କ ସହଯୋଗରେ ସେ ଏହି ଚିତ୍ର ତିଆରି କରିଛନ୍ତି । ସେଥିରେ ସେ ଆଜାଦୀ କା ଅମୃତ ମହୋତ୍ସବ, ସ୍ବାଧୀନତା ଦିବସ ଚିତ୍ରିତ କରିଥିବା ବେଳେ ଦେଶ ସ୍ବାଧୀନତା ସଂଗ୍ରାମରେ ଅବଦାନ ରଖିଥିବା ମହାପୁରୁଷଙ୍କ ଫଟୋ ଚିତ୍ର ଶୋଭା ପାଉଛି । ଏହା ସମସ୍ତଙ୍କୁ ମୁଗ୍ଧ କରୁଛି । ତାଙ୍କର ଏହି ବାନ୍ଧ କଳା ପ୍ରସ୍ତୁତି ଚିତ୍ର ବର୍ତ୍ତମାନ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।

Comments are closed.