ରାଜ୍ୟରେ ୩୮୫ ନୂଆ କୋରୋନା ମାମଲା

ଭୁବନେଶ୍ୱର – ରାଜ୍ୟର କମିବାରେ ଲାଗିଛି କୋରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ୩୮୫ ନୂଆ ମାମଲା ଆସିଛି । ଚିହ୍ନଟ ନୂଆ ପଜିଟିଭଙ୍କ ମଧ୍ୟରେ ଅଛନ୍ତି ୫୮ ଜଣ ୧୮ ବର୍ଷରୁ କମ ବୟସ୍କ। ସଙ୍ଗରୋଧରୁ ୨୨୪ ଓ ସ୍ଥାନୀୟ ଅଞ୍ଚଳରୁ ୧୬୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ବାଲେଶ୍ଵର ଜିଲ୍ଲାରୁ ୧, ବରଗଡ଼ରୁ ୧୫, ଭଦ୍ରକରୁ ୨, ବଲାଙ୍ଗୀରରୁ ୨୦, ବୈ।ଦ୍ଧରୁ ୮, କଟକରୁ ୧୦, ଦେବଗଡ଼ରୁ ୩, ଗଜପତିରୁ ୬, ଗଞ୍ଜାମରୁ ୨, ଜଗତସିଂହପୁରରୁ ୧, ଯାଜପୁରରୁ ୬, ଝାରସୁଗୁଡ଼ାରୁ ୩, କଳାହାଣ୍ଡିରୁ ୧୭, କନ୍ଧମାଳରୁ ୩, କେନ୍ଦ୍ରାପଡ଼ାରୁ ୪, କେନ୍ଦୁଝରରୁ ୭, ଖୋର୍ଦ୍ଧାରୁ ୮୫, କୋରାପୁଟରୁ ୩, ମୟୂରଭଞ୍ଜରୁ ୧୪, ନବରଙ୍ଗପୁରରୁ ୧୩, ନୟାଗଡ଼ରୁ ୨୧, ନୂଆପଡ଼ାରୁ ୧୩, ରାୟଗଡ଼ାରୁ ୩, ସମ୍ବଲପୁରରୁ ୨୨, ସୋନପୁରରୁ ୩, ସୁନ୍ଦରଗଡ଼ରୁ ୮୩ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଷ୍ଟେଟ ପୁଲରୁ ୨୧ ମାମଲା ରିପୋର୍ଟ ହୋଇଛି । ରାଜ୍ୟରେ ଏବେ ସକ୍ରିୟ ମାମଲା ୨ ହଜାର ୭୯୧ ରହିଛି ।

Comments are closed.